oom

୨୧ତମ ବଲାଙ୍ଗିର ଲୋକ ଉତ୍ସବ ଜାନୁୟାରୀ ୨୦ରୁ ୨୪ : ଦୁଲୁକିବ କୋଶଳ କଳାମଣ୍ଡଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ତମ ବଲାଙ୍ଗିର ଲୋକ ଉତ୍ସବ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଦୁଲୁକିବ କୋଶଳ କଳାମଣ୍ଡଳ ବୋଲି କଳାକାରମାନେ ମତ ପ୍ରକାଶ କରିଛନ୍ତି । ଆଜି ସ୍ଥାନୀୟ ପିପି ଏକାଡେମୀ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିବା ବେଳେ ୨୧ତମ ଲୋକ ଉତ୍ସବ ପାଇଁ ଦିନ ଧାର୍ଯ୍ୟ ହୋଇଯାଇଛି । ଲୋକ ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟିର ସହ-ଅଧ୍ୟକ୍ଷ ଚୟନ ମଧ୍ୟ ଆଜି ପ୍ରସ୍ତୁତି ବୈଠକରେ ସମାପ୍ତ ହୋଇଯାଇଛି । ସୂଚନା ଅନୁସାରେ ଅର୍ଥ କମିଟି ପାଇଁ ବଲାଙ୍ଗିର ଉପ-ଜିଲ୍ଲାପାଳ କୁମାର ନାଗଭୂଷଣଙ୍କୁ ସହ-ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ବେଳେ ଖାଦ୍ୟ କମିଟି ପାଇଁ ସୋମନାଥ ମିଶ୍ର, ସଂସ୍କୃତି କମିଟି ପାଇଁ ବାସୁଦେବ ସା’, ମଞ୍ଚ କମିଟି ପାଇଁ ରାମ ପ୍ରସାଦ ଦାଶ, ପବ୍ଲିସିଟି କମିଟି ପାଇଁ ବିରେନ୍ଦ୍ର କୁମାର ଝାଙ୍କର, ରିସେପ୍‌ସନ୍‌ କମିଟି ପାଇଁ ଚିତ୍ତ ରଞ୍ଜନ ଦାଶ, ଗ୍ରାଉଣ୍ଡ କମିଟି ପାଇଁ ଗୋପାଳ ପ୍ରଧାନ, ସେମିନାର କମିଟି ପାଇଁ ସଞ୍ଜୟ କୁମାର ମିଶ୍ର ଓ ସୋଭିନିୟର କମିଟି ପାଇଁ ସନ୍ଦୀପ କୁମାର କୁଅଁର ପ୍ରମୁଖ ସହ-ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଏସ୍‌ପି ନିତିନ କୁଶଲକର, ଏଡିଏମ୍‌ ଲମ୍ବୋଦର ଧରୁଆ, ପିଡି ଡିଆର୍‌ଡିଏ, ଟିଟିଲାଗଡ ସବ୍‌ କଲେକ୍ଟର ବିଜୟାନନ୍ଦ ସେଠୀଙ୍କ ସମେତ ବହୁ ସରକାରୀ ଅଧିକାରୀ ମାନେ ଯୋଗଦାନ କରିଥିବା ବେଳେ ବଲାଙ୍ଗିର ସହରର ଶତାଧିକ କଳାକାର ତଥା ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଯୋଗଦାନ କରିଥିଲେ । ସଭା ପରିଚାଳନା କରିଥିଲେ ବଲାଙ୍ଗିର ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ।

jittmm
Leave A Reply

Your email address will not be published.