ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୨ ବଖରା ଘର ସହ ଗୁହାଳ

ସୁକିନ୍ଦା : ସୁକିନ୍ଦା ଥାନା ନିକଟସ୍ଥ ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଓ ଗୃହ ସଂଲଗ୍ନ ଏକ ଗୁହାଳ ପୋଡି ଯାଇଥିବା ଖବର ମିଳିଛି । ଉକ୍ତ ଘରେ ବସନ୍ତ ନାୟକଙ୍କ ବଡ ପୁଅ ଦେବାନନ୍ଦ ନାୟକ ନିଜ ସ୍ତ୍ରୀ ଏବଂ ୪ ମାସର ଝିଅକୁ ଧରି ରହୁଥିଲେ । ବୁଧବାର ଅପରାହ୍ନରେ ଘରେ କେହିନଥିବା ବେଳେ କୌଣସି କାରଣରୁ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ତେବେ ସେହି ସମୟରେ ଘରେ ଛୋଟ ଝିଅଟି ଶୋଇଥିଲା ଏବଂ ତା’ର ମା’ ଦୂରରେ ଥିବା ଏକ କୂଅକୁ ପାଣି ପାଇଁ ଯାଇଥିଲେ । ସାହି ଲୋକ ନିଆଁ ଲାଗିବାର ଦେଖି ଲିଭାଇବାକୁ ଚେଷ୍ଟା କରିବା ସହିତ ଛୁଆଟିକୁ ଉଦ୍ଧାର କରି ବାହାରକୁ ନେଇ ଆସିଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିବା ବେଳକୁ ଆସବାବ ପତ୍ର, ଗୋଟିଏ କୁକୁଡା, ଚାଉଳ ବସ୍ତା ଏବଂ ଗହମ ଆଦି ସବୁ ପୋଡି ନଷ୍ଟ ହୋଇଯାଇଥିଲା ।

Leave A Reply

Your email address will not be published.

8 − three =