ବାବା ସାହେବଙ୍କ ମହାପ୍ରୟାଣ ଦିବସ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ସଦର ଗ୍ରାମ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ‘ସାବାସ’ ଅନୁଷ୍ଠାନ ପକ୍ଷରୁ ଭାରତରତ୍ନ ଡ. ବି.ଆର୍‌. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ବାବା ସାହେବଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରି ତାଙ୍କ ବିଚାରକୁ ଆଗେଇ ନେବା ପାଇଁ ଶପଥ କରିଥିଲେ । ଏହି ଅବସରରେ ବିଦ୍ୟାଧର ଗୁର୍ଲା, କରୁଣାକର ସୁନା, ଭୁବନେଶ୍ୱର ବାରିକ, ମହେଶ୍ୱର ରାଏ, ନିବାସ ତାଣ୍ଡି ବିଶ୍ୱହରି ନାଗ, ରହୁଲ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.