pakka

୧୪ ଓଏଏସ୍‌ ଅଫିସରଙ୍କୁ ପଦୋନ୍ନତି

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ୧୪ ଜଣ ଓଏଏସ୍‌ ଅଫିସରଙ୍କୁ ଓଏଏସ୍‌ (ସୁପରଟାଇମ୍‌ ସ୍କେଲ) ଲେଭଲ-୧୨କୁ ପଦୋନ୍ନତି ଦେଇଛନ୍ତି । ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସେମାନେ ହେଲେ ମାଲକାନଗିରି ଆଇଟିଡିଏ ପିଏ ତ୍ରିନାଥ ମାଝି, ପୁରୀ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରେଖା ଦାଶ, ନବରଙ୍ଗପୁର ଡେପୁଟି କଲେକ୍ଟର ମୌସୁମୀ ନାୟକ, ଚମ୍ପୁଆ ଉପଜିଲାପାଳ ସୁକାନ୍ତ ମାଝି, ଦେବଗଡ଼ ରିଆମାଳ ତହସିଲଦାର ବିମଳା ବିରୁଲି, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ବାରିକ, ଓୟୁଏଟି ଏକ୍ସ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଶୁଭ୍ରବାଳା ବେହେରା, କରଞ୍ଜିଆ ଆଇଟିଡିଏ ପିଏ ଦେବଦତ୍ତ ମହାନ୍ତ, ରାଜ୍ୟ ନିର୍ବାଚନ କମିଶନ ଡେପୁଟି ସେକ୍ରେଟାରୀ ଆଜଦ୍‌ହିନ୍ଦ ପାଣିଗ୍ରାହୀ, ରାଜ୍ୟ ନିର୍ବାଚନ କମିଶନ ଲ’ ଅଫିସର ମାଧୁରୀ ମିଶ୍ର, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବିଡିଓ ଶ୍ୟାମସୁନ୍ଦର ଟୁଡୁ, କୋରାପୁଟ ଜିଲ୍ଲା ବୋରିଗୁମା ତହସିଲଦାର ସୁବାସ ଚନ୍ଦ୍ର ରଇତା, କନ୍ଧମାଳ ତୁମୁଡିବନ୍ଧ ବିଡିଓ ଲଳିତ ସୋରେନ ଏବଂ ବଲାଙ୍ଗିର ଆଗଲପୁର ବିଡିଓ ଶଙ୍କର କେରକେଟା ।

jay balangir
Leave A Reply

Your email address will not be published.

ten − nine =