pakka

ରାଜରାସ୍ତାରେ ୨୪ ଟିକିଆ ହାତୀପଲ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆଠାରେ ସୋମବାର ୨୪ ଟିକିଆ ହାତୀପଲ ରାସ୍ତା ପାର ହେଉଥିବାରୁ କିଛି ସମୟ ଧରି ଏନ୍‌ଏଚ ୨୦ରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା । ଏହି ଦଳରେ ଛୁଆ ହାତୀ ମଧ୍ୟ ଥିଲେ । ଗାଡି ଚାଳକ ତଥା ସ୍ଥାନୀୟ ଲୋକେ ରାସ୍ତାରେ ଠିଆ ହୋଇ ହାତୀ ପଲଙ୍କୁ ଦେଖିଥିଲେ । ବିଶେଷ କରି ବାହାର ଅଞ୍ଚଳର ଲୋକେ ଏଭଳି ହାତୀମାନଙ୍କୁ ଦେଖି ଖୁସି ହୋଇଥିଲେ । ପ୍ରକାଶ ଯେ, ଘଟଗାଁ ରେଞ୍ଜର ବାରବାଙ୍କ, ଅଟେଇ ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଜାତୀୟ ରାଜପଥ ଯାଇଛି । ଅନେକ ସମୟରେ ହାତୀମାନେ ରାସ୍ତା ପାର ହେଉଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେହିପରି ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ ଯୋଗୁଁ ହାତୀମାନେ ରାସ୍ତା ପାର ହୋଇପାରନ୍ତି ନାହିଁ । କିଛି ବର୍ଷ ତଳେ ଏହି ରେଞ୍ଜର ଏନ୍‌ଏଚ ୨୦ରେ ବସ୍‌ ଧକ୍କରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏପରିକି ହାତୀମାନଙ୍କ ଯାତାୟାତ ପାଇଁ ଅଣ୍ଡର ପାସ ନିର୍ମାଣ ହୋଇଥିଲେ ହେଁ ତ୍ରୁଟି ପୂର୍ଣ୍ଣ ଓ ସଠିକ୍‌ ସ୍ଥାନରେ ନିର୍ମାଣ ହୋଇ ନ ଥିବାରୁ ହାତୀମାନେ ଯାତାୟତ କରୁନାହାନ୍ତି ବୋଲି ପରିବେଶବିତ୍‌ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି ।

Leave A Reply

Your email address will not be published.

fourteen + 15 =