jsm

ଉତ୍କଳ ବାଳାଶ୍ରମରେ ତାଲୁକ ଆଇନ ସହାୟତା କମିଟି ଦ୍ୱାରା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

csstore

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ଉତ୍କଳ ବାଳାଶ୍ରମରେ ଶନିବାର ସଂଧ୍ୟାରେ ଏକ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ବାଳାଶ୍ରମର ୧୪ଜଣ ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାର ଭିନ୍ନକ୍ଷମତା ଉପରେ ସଚେତନ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସ୍ଥାନୀୟ ତାଲୁକ ଆଇନ ସହାୟତା କମିଟିର ଚ୍ୟାରମେନ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକ ସଚେତନତା କାର୍ଯ୍ୟକ୍ରମରେ ଆଜିର ଶିଶୁ କାଲିର ଭବିଷ୍ୟତ, ଭବିଷ୍ୟତ ଭାରତ ଗଠନରେ ଏହି ଶିଶୁ ମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ ବୋଲି କହିଥିଲେ । ସେହିପରି ଅନ୍ୟ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଜେଏମ୍‌ଏଫ୍‌ସି ଶାଶ୍ୱତି ମହାପାତ୍ର, ସବ୍‌ ଜଜ୍‌ ଅଲେକ କୁମାର ପ୍ରଧାନ ଶିଶୁ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଆଗାମୀ ଦିନରେ ଶିଶୁ ମାନଙ୍କ ଉତ୍‌ତ୍ତରୋତ୍‌ତ୍ତର କାମନା କରିଥିଲେ । ସେହିପରି ଅନ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମା ମଧ୍ୟ ଶିଶୁ ମାନଙ୍କ ହଷ୍ଟେଲରେ ଶିକ୍ଷାଦାନ କେତେ ମହତ୍ୱପୂର୍ଣ୍ଣ ସେହି ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଆଇ.ଆଇ.ସି. ରଶ୍ମିତା ବେହେରା, ବାଳାଶ୍ରମର ଅଧ୍ୟକ୍ଷ ଆଶିଷ କୁମାର ଖମାରୀ, ହାଉସ ଫାଦର ଶୁକୃ ରାଏ, ପରିଚାଳନା ଆଜୀବନ ସଭ୍ୟ ଲଲିତ କୁମାର ଅଗ୍ରୱାଲ, ଅଶୋକ କୁମାର ଛାଫାଡିଆ, ପିଏଲ୍‌ଭି ମେମ୍ବର କାହ୍ନୁ ଚରଣ ମିଶ୍ର, ଆଇନଜୀବୀ ଅନିଲ କୁମାର ଶର୍ମାଙ୍କ ସହ ସିଭିଲ କୋର୍ଟ, ତହସିଲ ଅଫିସ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସାମିଲ ହୋଇ ବାଳାଶ୍ରମର ଛୋଟ ଛୋଟ ଛୁଆମାନଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.