jsm

ଖପ୍ରାଖୋଲରେ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ ମହାସଂଘ ତରଫରୁ ୫ ଦଫା ଦାବୀପତ୍ର ପ୍ରଦାନ

csstore

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଓଡ଼ିଶା ରାଜ୍ୟ ମହିଳା ଓ ପୁରୁଷ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ତରଫରୁ ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଂଘ ତରଫରୁ ରାଜ୍ୟ ନେତୃ ବୃନ୍ଦଙ୍କ ଅନୁସାରେ ଏକ ୫ ଦଫା ଦାବୀପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ସୁରଜ କୁମାର ଦୀପଙ୍କୁ ପ୍ରଦାନ କରିଛନ୍ତି । ଦାବୀ ଗୁଡ଼ିକ ମଧ୍ୟରେ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ କ୍ୟାଡ଼ର ଗଠନ ସହ ୪ଟି ପଦୋନ୍ନତି ପ୍ରଦାନ, ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗ୍ରେଡ ପେ ଆର୍‌ଏସିପି ଅନୁସାରେ ପ୍ରଦାନ କରାଯାଉ, ୬ଟି ଇନକ୍ରିମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯାଉ, ବହୁମୁଖି ସ୍ୱାସ୍ଥ୍ୟ କର୍ମୀ ଓ ବହୁମୁଖି ସ୍ୱାସ୍ଥ୍ୟ ପରିଦର୍ଶକ ପଦବୀର ନାମ ପରିବର୍ତ୍ତନ କରାଯାଉ ଓ ପୋଷାକ ଭତ୍ତା ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଦାବୀ ଉପସ୍ଥାପନ କରିଛନ୍ତି । ଦାବୀ ଗୁଡ଼ିକ ପୂରଣ କରାନଗଲେ ଆଗାମୀ ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ ସହ ୨୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂଘ ତରଫରୁ ବିନୟ କୁମାର ପଣ୍ଡା, ବିନତି ପ୍ରଧାନ, ଗୀତାଞ୍ଜଳି ପଟେଲ, ରଖି ଭୋଇ, ସୁଶିଲ କୁମାର ନାଗ, ବନ୍ଦିତା ଶତପଥୀ, କଳ୍ପନା ମେହେର, ରଞ୍ଜନ ମେହେର, ଦୁର୍ଯ୍ୟୋଧନ ସାହୁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.