oom

ପାଟଣାଗଡ଼ରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ

jsmm

ପାଟଣାଗଡ଼, (କେପିଏନ୍‌ଏସ୍‌) : ଉତ୍କଳ ସେବକ ସମାଜ ଓ ଜବାହାରଲାଲ ମହାବିଦ୍ୟାଳୟ ପାଟଣାଗଡର ମିଳିତ ଉଦ୍ୟମରେ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଉତ୍କଳ ସେବକ ସମାଜର କର୍ମକର୍ତ୍ତା ଦିନ ୧୧ଟାରେ ଜବାହାରଲାଲ ମହାବିଦ୍ୟାଳୟ‌ରେ ଏକତ୍ରିତ ହୋଇଥିଲେ । ଉତ୍କଳ ସେବକ ସମାଜର ଜିଲ୍ଲା ସଂଯୋଜକ ମହେନ୍ଦ୍ର ନନ୍ଦଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ପାଟଣାଗଡ଼ ଧୂମାଭଟା ଛକ ଦେଇ ସହର ପରିକ୍ରମା କରି ହାତରେ ପ୍ଲାକାର୍ଡ ମାନ ଧରି ଏଡ୍‌ସ ଉପରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହାପରେ ମହାବିଦ୍ୟାଳୟର ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼. ହେମନ୍ତ କୁମାର ମେହେର, ଜବାହାରଲାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ମିଶ୍ର, ସିଡିପିଓ ଅନୁପମା ପଣ୍ଡା, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝି, ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ କମଳ କାନ୍ତ ବାରିକ, କାଉନସିଲର ଗାୟିତ୍ରୀ ବିଶ୍ଵାଲ ଯୋଗ ଦେଇଥିଲେ । ଆୟୋଜିତ ସଭାରେ ଉତ୍କଳ ସେବକ ସମାଜର ଜିଲ୍ଲା ସଂଯୋଜକ ମହେନ୍ଦ୍ର ନନ୍ଦ ସ୍ୱାଗତ ଭାଷଣ ଦେବା ସହ ବିଶ୍ଵ ଏଡ଼୍‌ସ ଦିବସର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସଭାରେ ମୁଖ୍ୟ ଅତିଥିଙ୍କ ସମେତ ସମ୍ମାନିତ ଅତିଥିମାନେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଏଡ଼୍‌ସ ଉପରେ ନିଜର ବକ୍ତବ୍ୟ ମାଧ୍ୟମରେ ସଚେତନତା କରାଇଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିବା ସହ ଉତ୍କଳ ସେବକ ସମାଜର କ୍ଷେତ୍ରକର୍ମୀ ପ୍ରଣତୀ ସରାଫଙ୍କ ସମାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଭାରେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଉତ୍କଳ ସେବକ ସମାଜର ଜିଲ୍ଲା ସଂଯୋଜକ ଶ୍ରୀ ନନ୍ଦ ସଭା ପରିଚାଳନା କରିଥିବା ବେଳେ କାଉନସିଲର ଗାୟିତ୍ରୀ ବିଶ୍ଵାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.