oom

ଜଳେଶ୍ୱର ସବଡିଭିଜନ କ୍ରିୟାନୁଷ୍ଠାନ କମିଟି ଗଠିତ

jsmm

ଜଳେଶ୍ୱର : ଉତ୍ତର ବାଲେଶ୍ୱର ଅଞ୍ଚଳରେ ଥିବା ଜଳେଶ୍ୱର, ବସ୍ତା, ଭୋଗରାଇ ଓ ବାଲିଆପାଳ ଅଞ୍ଚଳର ବୁଦ୍ଧିଜୀବୀ ଓ ସମାଜସେବୀମାନଙ୍କୁ ନେଇ ଜଳେଶ୍ୱର ସବଡିଭିଜନ କ୍ରିୟାନୁଷ୍ଠାନ କମିଟି ଗଠିତ ହୋଇଯାଇଛି । ଏହି ଅବସରରେ ସୁବର୍ଣ୍ଣରେଖା ହୋଟେଲ ଠାରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସୁକୁମାର ରଣାଙ୍କ ପୌରାହିତ୍ୟରେ ଆୟୋଜିତ ବୈଠକରେ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଲଳିତ ରଞ୍ଜନ ସେନାପତି ଓ ହେମନ୍ତ କୁମାର ଦାସ, ସମାଜସେବୀ ଅରୁଣ କୁମାର ବେଜ, ରିୟାଜ ଖାଁ, ରାଜୀବ ପରିଡା, ରାଜେଶ କୁମାର ସାହୁ ଓ ସଂଗ୍ରାମ କୁମାର ଜେନା, ପୂର୍ବତନ ସରପଞ୍ଚ ସୁଦାମ ଚରଣ ପାତ୍ର, କାଉନସିଲର ଚନ୍ଦନ କୁମାର ଦାସ, ପୂର୍ବତନ କାଉନସିଲର ଅନନ୍ତ କୁମାର ଦାସ, ସରକାରୀ ଓକିଲ ପତିତ ପାବନ ପ୍ରଧାନ, ଅଧ୍ୟାପିକା ଇନ୍ଦୁମତି ଗିରି, ସାମ୍ବାଦିକ ନବୀନ କୁମାର ସାହୁ, ଅଶ୍ରୁମୋଚନ ଘୋଷ ଓ ଜଗନ୍ନାଥ ଗୋଛୟତଙ୍କ ସମେତ ଭୋଗରାଇରୁ ସରପଞ୍ଚ ଦିଲ୍ଲୀପ କମିଳା, ବସ୍ତା ବ୍ଳକରୁ ସମାଜସେବୀ ସୂର୍ଯ୍ୟ ନାରାୟଣ ସାହୁ ଓ ଧୀରେନ କୁମାର ସେଠୀ, ବାଲିଆପାଳ ବ୍ଲକରୁ ସୁବଳ ଚନ୍ଦ୍ର ଦାସ ଓ ରବିରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଜଳେଶ୍ୱରକୁ ସବଡିଭିଜନ ମାନ୍ୟତା ପ୍ରଦାନ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉତଥାପନ କରିଥିଲେ । ଆଗାମୀ ଦିନରେ ଜଳେଶ୍ୱର ବ୍ଲକସ୍ତରୀୟ କମିଟି ଗଠନ କରିବା ପାଇଁ ରାଜୀବ ପରିଡ଼ା, ଭୋଗରାଇ ପାଇଁ ଦିଲ୍ଲୀପ କମିଳା, ବସ୍ତା ପାଇଁ ସୂର୍ଯ୍ୟ ନାରାୟଣ ସାହୁ ଓ ବାଲିଆପାଳ ପାଇଁ ସୁବଳ ଚନ୍ଦ୍ର ଦାସଙ୍କୁ ସଂଯୋଜକ ରୂପେ ସର୍ବସମ୍‌ମ୍ମତି ରୂପେ ମନୋନୀତ କରାଯାଇଥିଲା । ଶେଷରେ ଯୁବ ସମାଜସେବୀ ଫାଲ୍ଗୁନି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ଜଳେଶ୍ୱର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

jittmm
Leave A Reply

Your email address will not be published.