oom

ବଲାଙ୍ଗିରରେ ରୋଗ ପ୍ରତିରୋଧକ ଔଷଧ ବ୍ୟବହାର ସଚେତନତା କର୍ମଶାଳା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ବିଭିନ୍ନ ରୋଗରେ ପଡି ମୃତ୍ୟୁହାର ବଢୁଛି । ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ତଥା ଉଚିତ ମାତ୍ରାର ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରି ଶିଶୁ ମୃତ୍ୟୁହାର କମ୍‌ କରିବାକୁ ଇଣ୍ଡିଆନ ମେଡିକାଲ ଏସୋସିଏସନ ଅଣ୍ଟା ଭିଡିଛି । ପ୍ରେସିଡେନ୍ସିଆଲ ଏକ୍ସନପ୍ଲାନ ୟୁ୫ଏମଓଆର ୨୫/୨୫ ଆଧାରରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟିକ୍ସର ବଲାଙ୍ଗିର ଶାଖାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହରିହର ହସପିଟାଲର ସଭାକକ୍ଷରେ ଶନିବାର ସଂଧ୍ୟାରେ ରୋଗ ପ୍ରତିରୋଧକ ଔଷଧ ବ୍ୟବହାର ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଇଏମଏ ବଲାଙ୍ଗିର ଶାଖାର ସଭାପତି ଡ.ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ.ସ୍ନେହଲତା ସାହୁ, ସମ୍ମାନିତ ଅତିଥି ଭାବରେ ଆଇଏମଏ ବଲାଙ୍ଗିର ଶାଖାର ସଂପାଦକ ଡ.ନରେନ୍ଦ୍ର କୁମାର ସାହୁ, ଆଇଏପିର ବଲାଙ୍ଗିର ଶାଖା ସଭାପତି ଡ.ଜନାର୍ଦ୍ଦନ ପୃଷ୍ଟି, ସଂପାଦକ ଡ.ସରୋଜ କୁମାର ତିଆଡି ଓ ମୁଖ୍ୟବକ୍ତା ଭାବରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡ.ଶାନ୍ତିସେନା ମିଶ୍ର ଯୋଗ ଦେଇଥିଲେ । ଡ.ଶାନ୍ତିସେନା ତାଙ୍କ ବକ୍ତବ୍ୟରେ ସଂପ୍ରତି ଶିଶୁଙ୍କ ମଧ୍ୟରେ ଅନେକ ରୋଗ ବ୍ୟାପୁଛି । ବାରମ୍ବାର ଆଣ୍ଟିବାୟୋଟିକ ବ୍ୟବହାର ଫଳରେ ଏହା ଶରୀରରେ ରେଜିଷ୍ଟେନ୍ସ ହୋଇଯାଉଛି । ଫଳରେ ଅନେକ ଆଣ୍ଟିବାୟଟିକ ଆଉ ରୋଗ କମାଇବାରେ କାମ କରୁନାହିଁ । ତେଣୁ ଶିଶୁଙ୍କୁ ଚିକିତ୍ସା କଳାବେଳେ ଉଚିତ ପରିମାଣର ତଥା ସଠିକ ଆଣ୍ଟିବାୟୋଟିକ ପ୍ରୟୋଗର ଆବଶ୍ୟକତା ଉପରେ ସେ କହିଥିଲେ । ଏହି କର୍ମଶାଳାରେ ଆଣ୍ଟିବାଓଟିକର ବ୍ୟବହାର, ଏହାର ପାର୍ଶ୍ଵ ପ୍ରତିକ୍ରିୟା ଓ ଅନ୍ୟାନ୍ୟ ଦିଗ ତଥା ନୂତନ ଗବେଷଣା ଉପରେ ଆଲୋଚନା ହୋଇଥିଲା । ଆମର ଆଗାମୀ ପିଢି ଯେଭଳି ଆଣ୍ଟିବାୟୋଟିକର ରେଜିଷ୍ଟାନ୍ସର ଶିକାର ନହେବେ ସେନେଇ କଣ ସତର୍କତା ଅବଲମ୍ବନ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟାରେ ଡାକ୍ତର ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.