csstore

ଡେଲାଙ୍ଗରେ ଏକ ଦିବସୀୟ ନିଶା ନିବାରଣ ସଚେତନତା ଅଭିଯାନ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ଆନୁକୂଲ୍ୟରେ ଏବଂ ଏନଆଇଏସଡ଼ି, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଦକ୍ଷତା ମନ୍ତ୍ରଣାଳୟ ସହାୟତାରେ ଏକ ଦିବସୀୟ ନିଶା ନିବାରଣ ସଚେତନତା ଅଭିଯାନ ସୋମବାର କଲ୍ୟାଣପୁର ସାଇନସ ହାଇୟର ସେକେଣ୍ଡେରୀ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲ୍ଲୀପ କୁମାର ରଥ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ରୂପେ ଆଭାର ସଭାପତି ତଥା ସମାଜସେବୀ ସୁଧିର ଚନ୍ଦ୍ର ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧ୍ୟାପକ କୈଳାସ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ରୂପେ ସମାଜସେବୀ ଡକ୍ଟର କ୍ଷେତ୍ରବାସୀ ପ୍ରଧାନ, ରିସୋର୍ସ ପର୍ସନ ଭାବେ ଅଧ୍ୟାପକ ସମ୍ପଦ କୁମାର ପ୍ରଧାନ, ଅଧ୍ୟାପକ ଉତ୍ତମ କୁମାର ସ୍ୱାଇଁ, ଅଧ୍ୟାପକ ସଞ୍ଜୟ କୁମାର ଦଳେଇ ପ୍ରମୁଖ ଯୋଗଦେଇ ନିଶା ନିବାରଣ ଉପରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ସହ ଏହାର ଅପକାରିତା, କାରଣ, ନିରାକରଣ ଓ ପ୍ରତିରୋଧକ ଉପରେ ଆଲୋକପାତ କରିଥିଲେ । ଏହି ସଚେତନତା ଅଭିଯାନରେ ଦୁଇ ଶହ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଭାର ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ସହ ସମ୍ପାଦକ ବାଲୁଙ୍କେଶ୍ଵର ପରିଡା,ସଂଯୋଜକ ବିଜୟ କୁମାର ନାୟକ, ବିଶ୍ଵଜିତ ସାହୁ, ବିଶ୍ଵରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଦିଲ୍ଲୀପ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.