oom

ଯୁବ କୁଲୁତା ସମାଜ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ସ୍ଥାନୀୟ ଅଗ୍ରସେନ ଭବନଠାରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତିଶଗଡ କୁଲୁତା ସମାଜ ସଭାପତି ହରି ଚରଣ ପଧାନ ମୁଖ୍ୟ ଅତିଥି ଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସଂପାଦକ କ୍ଷେତ୍ରବାସୀ ପଧାନ, ଉପସଭାପତି କର୍ଣ୍ଣରାଜ ପଧାନ, ଯୁବ ସଭାପତି ଅର୍ଜୁନ ମାଝି, ବରଗଡ ଜିଲ୍ଲା ଅତାବିରା ବ୍ଲକ ସଭାପତି ଦିବାକର ପଧାନ, କଳାହାଣ୍ଡି ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇ, କଳାହାଣ୍ଡି ଯୁବ ସଭାପତି ଦେବେନ୍ଦ୍ର ସା, ବିନିକା ବ୍ଲକ ସଭାପତି ମୁରଲିଧର ବିଶ୍ୱାଲ, ବୌଦ୍ଧ ଜିଲ୍ଲା ଉପ-ସଭାପତି ସ୍ୱାଧିନ ପଧାନ, ଡ. ଦିବେନ୍ଦୁ ସାହୁ, କରୁଣାକର ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ରକ୍ତଦାତା ତଥା କୃତି ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କୁଲୁତା ସମାଜର ପ୍ରତିଭା ଶିବ ପ୍ରସାଦ ସାହୁ, ଅର୍ଜୁନ ମାଝି, ଆଶୁତୋଷ ପଧାନ, ଶୋଭାକର ପଧାନଙ୍କୁ ମାନପତ୍ର ଓ ଉପଢୌକନ ସହ ଅତିଥି ଗଣ ସମ୍ମାନିତ କରିଥିଲେ । ଏଥିରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଲିଭା ସାମଲ, ଚିତ୍ତ ରଂଜନ ବିଶ୍ୱାଲ, ସରୋଜ ଭୋଇ, ପପୁ ଭୋଇ, ସଚି ବିଶ୍ୱାଲ, ଶିବାନି ବିଶ୍ୱାଲ, ମୁନା ବିଶ୍ୱାଲ ସହଯୋଗ କରିଥିବା ବେଳେ ଶ୍ରୀମନ୍ତ ଗଡତ୍ୟା, ଅମିତ ବାରିକ, ଭୁବନ ଭୋଇ, ରୋଶନ ପଧାନ, ଦିନେଶ ପଧାନ, ଜିତେନ୍ଦ୍ର ବିଶ୍ୱାଲ, ମୁକେଶ ପଧାନ, ସୁଧିର ସା, ଅସ୍ମିତ ପଧାନ, ପ୍ରକାଶ ପଧାନ, ଉପେନ୍ଦ୍ର ପଧାନ ସମେତ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

jittmm
Leave A Reply

Your email address will not be published.