centurian jitm

ହିଞ୍ଜିଳିକାଟୁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ସମାବେଶରେ ଗଞ୍ଜାମ ଜିଲ୍ଲାପାଳଙ୍କ ଋଣ ପ୍ରଦାନ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଗଢିଉଠିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଆୟୋଜନ ହୋଇଯାଇଛି ଏକ ବିଶାଳ ମିଶନ ଶକ୍ତି ବ୍ଲକସ୍ତରୀୟ ଋଣ ମେଳା । ଯାହାକି ଗଞ୍ଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ଆସନ ହିଞ୍ଜିଳିକାଟୁ ଠାରେ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ଋଣ ନେଇ ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ କରି ଲାଭବାନ ହେବା ସଙ୍ଗେ ସଙ୍ଗେ ଆତ୍ମ ନିର୍ଭରଶୀଳ ହୋଇ ଦେଶ ଗଠନରେ ସାମିଲ ହୋଇପାରିବେ । ଏହି ଲକ୍ଷ୍ୟ ନେଇ ଜିଲ୍ଲାରେ ଚଳିତ ମାସ ୧୯ ତାରିଖ ଠାରୁ ଆସନ୍ତା ଡିସେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେଉଛି ମିଶନ ଶକ୍ତି ଋଣ ମେଳା । ଏହି ପର୍ଯ୍ୟାୟରେ ଗତ ୧୯ ତାରିଖରେ ଭଞ୍ଜନଗର, ୨୦ ତାରିଖରେ ଜଗନ୍ନାଥ ପ୍ରସାଦ, ୨୨ ତାରିଖରେ ଖଲିକୋଟ, ୨୫ ତାରିଖରେ ରଙ୍ଗେଲିଲୁଣ୍ଡା ଠାରେ ଅନୁଷ୍ଠିତ ହୋଇଥିବା ସ୍ଥଳେ ଆଜି ହିଞ୍ଜିଳିକାଟୁ ଠାରେ ଏହି ମେଳା ଅନୁଷ୍ଠିତ ହୋଇଯାଇଛି । ଦିନ ୧୦.୦୦ ଘଟିକାରେ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ବିଦ୍ୟାଳୟ ମିନି ଷ୍ଟାଡିଅମ ଠାରେ ମିଶନ ଶକ୍ତି ଆନୁକୂଲ୍ୟରେ ଏକ ବ୍ଲକସ୍ତରୀୟ ରୁଣ ମେଳା ଆୟୋଜିତ ହୋଇଥିଲା। ଉକ୍ତ ମେଳାରେ ୧୦,୦୦୦ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ । ଏହି ମେଳାରେ ୪୦୫ ଗୋଟି ଏସଏଚଜି ଗୋୀଂଙ୍କୁ ସମୁଦାୟ ୧୭ କୋଟି ୭୮ ଲକ୍ଷ ୧୯ ହଜାର ୭୫୩ ଟଙ୍କାର ଋଣ ପ୍ରଦାନ କରଯାଇଥିଲା ।

ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସର୍ବାଧିକ ସଂଖ୍ୟକ ଋଣ ପ୍ରଦାନ ପାଇଁ ସ୍ଥାନୀୟ ୟୁନିଅନ ବ୍ୟାଙ୍କ, ବୁରୁପଡା, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସର୍ବାଧିକ ଟଙ୍କାର ଋଣ ପ୍ରଦାନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଶିକିରି ଶାଖା, ସ୍ୱୟଂ ସହାୟକ ଗୋଷ୍ଠୀକୁ ବଡ ଆକାର ଋଣ ପ୍ରଦାନ ପାଇଁ ୟୁ.କୋ ବ୍ୟାଙ୍କ, ହିଞ୍ଜିଳିକାଟୁ ଓ ବଳରାମ ଯୋଜନାରେ ଋଣ ପ୍ରଦାନ ପାଇଁ ୟୁନିଅନ ବ୍ୟାଙ୍କ, ଶାଖା-୨, ସିନେମା ହଲ ଛକ, ହିଞ୍ଜିଳିକାଟୁଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ମହିଳା ସଶକ୍ତିକରଣ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ବଡଖଣ୍ଡି ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ, ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରେଷ୍ଠ ଏମବିକେ, ଶ୍ରେଷ୍ଠ ସିଆରପି ଓ ଶ୍ରେଷ୍ଠ ଗୋଷ୍ଠୀ ସଂଗଠକମାନଙ୍କୁ ପୁରସ୍କୃତ କରାଯାଇଥିଲା । ହିଞ୍ଜିଳିକାଟୁ ପୌର ପରିଷଦର ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଉତ୍ତମ ଅବଦାନ ପାଇଁ ସ୍ୱଚ୍ଛ ଓ୍ୱାର୍ଡ ଓ ସ୍ୱଚ୍ଛ ସାଥିମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତର ପରିମଳ ବ୍ୟବସ୍ଥାରେ ଅଦ୍ଭୁତପୂର୍ବ ଯୋଗଦାନ ପାଇଁ ସଫେଇ ଭାଇ ଓ ଭଉଣୀମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନ କରାଯାଇଥିଲା ।

ସ୍ୱଚ୍ଛ ଭାରତ ମିଶନ ଭାଗ ୨ ଆନୁକୂଲ୍ୟରେ ବାହ୍ୟ ମଳମୁକ୍ତ ଗ୍ରାମରେ ଦୀର୍ଘସ୍ଥାୟୀ ପରିଚାଳନା ନିମନ୍ତେ ଦୂଷିତ ଜଳ ପରିଚାଳନା ନିମନ୍ତେ ବିଭିନ୍ନ ଯୋଜନାରେ ବ୍ୟକ୍ତିଗତ ଶୋଷକ ଖାତ ନିର୍ମାଣ, ବ୍ୟକ୍ତିଗତ କମ୍ପୋଷ୍ଟ କୁଣ୍ଡ ନିର୍ମାଣ, ଏକ ଖାତ ବିଶିଷ୍ଟ ଶୌଚାଳୟକୁ ଯୋଡାଖାତ ବିଶିଷ୍ଟ ଶୌଚାଳୟରେ ପରିଣତ କରିବା, ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ, ମୋ ଉପକାରୀ ବଗିଚାର ଏକ ନମୁନା ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦକ ଦ୍ରବ୍ୟର ପ୍ରଦର୍ଶନୀ ସହ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।

ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି କ୍ରିତି ଭାସନ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଓଡିଶା ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ, ଓଡିଶା ଗ୍ରାମ୍ୟ ଗୃହ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଡି.ବିଶ୍ୱନାଥ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ପ୍ରବୀଣ ସମିତିର ସଦସ୍ୟ ଏନ.ରଘୁନାଥ, ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପଞ୍ଚାୟତ ସମିତି, ହିଞ୍ଜିଳିକାଟୁର ଅଧ୍ୟକ୍ଷ ଶ୍ରୀମତୀ ସରସ୍ୱତୀ ସେଠୀ, ହିଞ୍ଜିଳକାଟୁ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ପଞ୍ଚାୟତ ସମିତି, ହିଞ୍ଜିଳିକାଟୁର ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ, ହିଞ୍ଜିଳକାଟୁ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଚିତ୍ରା ପଣ୍ଡା, ଜିଲ୍ଲା ପରିଷଦ ଜୋନ ନଂ ୬୭ର ସଦସ୍ୟା ଶ୍ରୀମତୀ ବାଇ ଗୀତାଞ୍ଜଳି, ଜିଲ୍ଲା ପରିଷଦ ଜୋନ ନଂ ୬୮ର ସଦସ୍ୟ ଏଳା ସୁଦର୍ଶନ, ଜିଲ୍ଲା ପରିଷଦ ଜୋନ ନଂ ୬୯ର ସଦସ୍ୟା ଶ୍ରୀମତୀ ପ୍ରିତୀ ସାହୁ, ହିଞ୍ଜିଳିକାଟୁ ପୌର ପରିଷଦର ସମସ୍ତ ଓ୍ୱାର୍ଡ କାଉନସିଲର, ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଅଞ୍ଚଳର ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ସମସ୍ତ ସଦସ୍ୟା, ସମସ୍ତ ଏମ୍‌ବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, ସିଆରପି, ବ୍ୟାଙ୍କ ଶାଖା ପ୍ରବନ୍ଧକ, ଅନ୍ୟାନ୍ୟ ବ୍ଲକ କମ୍ୟୁନିଟି ସଦସ୍ୟ, ପୌର ପରିଷଦ ଓ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ୍ୟ ରୋଜଗାର ସେବକ, ଯୋଗାଣ ସହାୟକ, ସ୍ୱାବଲମ୍ବୀ କାରିଗର, ପମ୍ପ ଡ୍ରାବର ଓ ପଞ୍ଚାୟତସ୍ତରୀୟ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ପରିଚାଳନା କରିଥିବା ବେଳେ ମହମଦ ସରିଫ ସଂଯୋଜନା କରିଥିଲେ ।

Leave A Reply

Your email address will not be published.