
କୋରାପୁଟ : ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ହାସଲ କରିଛନ୍ତି ଶୁଭସ୍ମିତା ମହାନ୍ତି । କୋରାପୁଟ ଜିଲ୍ଲା ପୁଲିସ ବିଭାଗରେ ସେ କନଷ୍ଟେବଳ ଭାବେ କାର୍ୟ୍ୟ କରୁଛନ୍ତି । ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପୁନେ ଠାରେ ଅନୁଷ୍ଠିତ ୭୧ ତମ ପୋଲିସ ୱେଟ୍ ଲିଫ୍ଟିଂ ପ୍ରତିଯୋଗିତାରେ ଭାଗ ନେଇ ଏହି ସଫଳତା ପାଇଛନ୍ତି । ଆଗକୁ ସ୍ଵର୍ଣ୍ଣ ପଦକ ହାସଲ କରିବାକୁ ଉଦ୍ୟମ କରିବି ବୋଲି କହିଛନ୍ତି ।