oom

ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧ୍ରୁବ ଚରଣ ପାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ନାଚିନ୍ଦା ଗ୍ରାମପଞ୍ଚାୟତ ଅଧୀନସ୍ଥ ଉଲୁଡା ଗ୍ରାମରେ ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧ୍ରୁବ ଚରଣ ପାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିରେ ସ୍ମୃତି ଚାରଣ ସଭା ସାଙ୍ଗକୁ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରି ସଭାପତିତ୍ବ କରିଥିଲେ । ଉକ୍ତ ସଭାରେ ନାଚିନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶତାବ୍ଦୀ ଚନ୍ଦ , ଖରିଦପିପଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର , ଖରିଦପିପଳ ବିଜୁ ଜନତା ଦଳର ସଭାପତି କେଶବ ଚନ୍ଦ୍ର ପାଳ , ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, କୁସୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ, ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଶୋକ କୁମାର ସେଠୀ, ଉତ୍ତର ଭୋଗରାଇ ନୋଡାଲ ଅଫିସର ରାଜେନ୍ଦୁ ବିକାଶ ପାତ୍ର, ପ୍ରାକ୍ତନ ଗୋଷ୍ଠୀ ସାଧନ କେନ୍ଦ୍ରର ସଂଯୋଜକ ବଂଶୀଧର ସାହୁ, ଶିକ୍ଷା ସହାୟକ ଗୟା ପ୍ରସାଦ ପାଳ, ସମାଜସେବୀ ମୂରଲୀ ମୋହନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଧ୍ରୁବ ଚରଣ ପାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ୱର୍ଗତଃ ପାଳଙ୍କ ପତ୍ନୀ ଆରତୀ , ଝିଅ ନମିତା, ଜ୍ୱାଇଁ କଲ୍ୟାଣ, ପୁତ୍ର ବଧୂ ଚିନ୍ମୟୀ ଉପସ୍ଥିତ ଥିଲେ । ପୁତ୍ର ରତନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

jittmm
Leave A Reply

Your email address will not be published.