ବିଜେପି ଉଦ୍ଦେଶ୍ୟମୂଳକ ଭାବେ ଆମ ରାଜ୍ୟର ନିରୀହ ସରକାରୀ ଶିକ୍ଷକମାନଙ୍କୁ ଟାର୍ଗେଟ କରୁଛି : ଶ୍ରୀମୟୀ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ୱର । ଗୁରୁ ହେଉଛନ୍ତି ଆମ ସମାଜର ମାର୍ଗ ଦର୍ଶକ ଏବଂ ତାଙ୍କ ସ୍ଥାନ ବହୁତ ଉଚ୍ଚରେ ବୋଲି ଆଜି ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ବିଜେପିକୁ ଟାର୍ଗେଟ କରି କହିବା ସହ ଇଲେକ୍ସନ ଆସିବ, ଇଲେକ୍ସନ ଯିବ । ରାଜନୈତିକ ନେତା ଆସିବେ, ରାଜନୈତିକ ନେତା ଯିବେ । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ଶିକ୍ଷକ ମାନଙ୍କୁ କେବେ ବି ଟାର୍ଗେଟ କରିବା ଉଚିତ୍‌ ନୁହଁ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସବୁ ସମୟରେ ସରକାରୀ ନିରୀହ ଶିକ୍ଷକ ମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଓଡିଶାର ରାଜନୈତିକ ଇତିହାସରେ ଏମିତି ନିମ୍ନସ୍ତରର କେବେ ମଧ୍ୟ ଦେଖିବାକୁ ମିଳିନଥିଲା ଏବଂ ଏହାକୁ ଓଡିଶାବାସୀ ବିରୋଧ କରୁଛନ୍ତି । ବିଜେପି ଦଳର ନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଶିକ୍ଷକମାନଙ୍କର ଭାବମୂର୍ତ୍ତିକୁ ଯେଉଁ ନକାରାତ୍ମକ ଢଙ୍ଗରେ ଚିତ୍ରଣ କରୁଛନ୍ତି । ତାହା ଶିକ୍ଷକମାନଙ୍କ ମାନସିକ ସ୍ତରରେ ଆଘାତ ଦେଉଥିବ ବୋଲି ଆଜି ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.