pr

ଗଞ୍ଜାମ ପୋଲିସର ପ୍ରୟାସରେ ନିଜ ଜାତି ସମାଜ ସହ ମିଶିଲେ ୨୦ରୁ ଅଧିକ ପରିବାର

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପୋଲିସର ପ୍ରୟାସରେ ନିଜ ଜାତି ସମାଜ ସହ ମିଶିଲେ ୨୦ରୁ ଅଧିକ ପରିବାର । ସୂଚନା ଅନୁସାରେ, ଗଞ୍ଜାମ ଥାନା ବଡ଼କାଇଞ୍ଚପୁର ଗ୍ରାମର କୈବର୍ତ୍ତ କୁଳର କୋଠାଘରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଥାନା ଆଇଆଇସି ଲିଙ୍ଗରାଜ ବେହେରା, ସେକଣ୍ଡ ଅଫିସର ଅଜିତ ପରିଡା, କୁଳ ସଭାପତି ତଥା ବିଜେଡି ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ସନାତନ ବେହେରା ଏବଂ ବାସନ୍ଦ ହୋଇଥିବା ୨୦ରୁ ଅଧିକ ପରିବାରର ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ । ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ଧରି କୁଳରୁ ବାସନ୍ଦ ରହିଥିବା ୨୦ରୁ ଅଧିକ ପରିବାରକୁ କୁଳରେ ମିଶାଗଲା । ଏଣିକି କୁଳରେ ରହି ସମସ୍ତ ସାମାଜିକ କାର୍ଯ୍ୟ କରିପାରିବେ ବୋଲି ନିଷ୍ପତ୍ତି ହୋଇଥିବା କୁଳ ଓ ପୋଲିସ ପକ୍ଷରୁ କୁହାଯାଇଛି । ବାସନ୍ଦ ପରିବାରକୁ ଗ୍ରାମର ସମାଜିକ କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ ବୋଲି କୁହାଯାଇଥିବା ବେଳେ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆଲୋଚନା କରି ସମସ୍ୟାର ସମାଧାନ କରିଥିଲେ ।

nrusinghnath
Leave A Reply

Your email address will not be published.