ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ଏହି ଏନକାଉଣ୍ଟର ସମ୍ପର୍କରେ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ସୂଚନା ଅନୁଯାୟୀ, ବୁଧବାର ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀଙ୍କ ଗତିବିଧି ନେଇ କୌଣସି ସୂତ୍ରରୁ ଖବର ମିଳିଥିଲା । ସୁରକ୍ଷାକର୍ମୀ ଟିମ୍‌ ଗନ୍ଧମାର୍ଦ୍ଦନ ପାହାଡ଼ରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହି ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ଏଥିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ମାଓବାଦୀଙ୍କ ମୃତଦେହକୁ ପାହାଡ଼ ତଳକୁ ଅଣାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.