ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଜଲିଆ ଗ୍ରାମର ସ୍ୱାମୀ ପରିତ୍ୟକ୍ତା ମହିଳା

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତର ଜଲିଆ ଗ୍ରାମର ଜଣେ ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ମହିଳାଙ୍କ ନାମ ହେମଲତା ବିଶି(୧୯) ବୋଲି ଜଣାପଡିଛି । ମହିଳାଙ୍କ ଅଭିଯୋଗ ଅନୁସାରେ, ସେ ଗତ ୧୨. ୧୧. ୨୦୧୯ରେ ତାଙ୍କ ଗ୍ରାମର ଇନ୍ଦ୍ରମଣି ବୁଡେକଙ୍କୁ ଲଭ୍ ମ୍ୟାରେଜ୍ କରିଥିଲେ । ତେବେ ସେ ଯେତେବେଳେ ୩ ମାସର ଗର୍ଭବତୀ ଥିଲେ, ସେହି ସମୟ ଠୁ ଦୀର୍ଘ ୮ରୁ ୯ ମାସ ହେବ ତାଙ୍କୁ ଛାଡି ଦେଇ ତାଙ୍କ ସ୍ଵାମୀ ଇନ୍ଦ୍ରମଣୀ ବାହାର ରାଜ୍ୟକୁ ପଲେଇଥିବା ବେଳେ ତାଙ୍କ ଶ୍ୱଶୁର ଘର ଲୋକେ ମଧ୍ୟ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ସେ କହିଛନ୍ତି । ଏହାକୁ ନେଇ ନିକଟସ୍ଥ ଥାନାର ଦ୍ଵାରସ୍ଥ ମଧ୍ୟ ହୋଇଥିଲେ ପୀଡ଼ିତା ହେମଲତା । ହେଲେ ଫଳ ଶୁନ୍ୟ, ପୋଲିସ ତରଫରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ଆଜି ବାଧ୍ୟ ହୋଇ ସେ ଜିଲ୍ଲାପାଳଙ୍କ ନିକଟକୁ ନ୍ୟାୟ ପାଇଁ ଆସିଛନ୍ତି ।

Leave A Reply

Your email address will not be published.