ବଲାଙ୍ଗିର କରକଚିଆ ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଗ୍ରାମର ଗୌର ବାଗ(୫୫) ନିଜ ଘର ସରଗାଡରୁ ବାହାରି ଲୋଇସିଂହା ଯାଉଥିବା ବେଳେ କରକଚିଆ ଛକ ଠାରେ ସାମ୍ନା ପଟରୁ ଆସୁଥିବା ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୌର ବାଗଙ୍କ ଗୋଡ ଭାଙ୍ଗିଯିବା ସହିତ ମୁହଁରେ ମଧ୍ୟ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ପ୍ରଥମେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କଲାପରେ ୧୦୮ ଆମ୍ବୁଲେନସ୍‌ ସାହାଯ୍ୟରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଆଣିଥିବା ସୂଚନା ମିଳିଛି ।

Leave A Reply

Your email address will not be published.