ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ମାସର ଶିଶୁପୁତ୍ର ମୃତ

ଦଶପଲ୍ଲା : ଦଶପଲ୍ଲା ଏନଏସି ଅନ୍ତର୍ଗତ ୩ ନଂ ୱାର୍ଡ ଥୋଡିଆ ମାଳିସାହି ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୧୦ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନାରୁ ପ୍ରକାଶ ଯେ, ବୁଧବାର ରାତିରେ ଥୋଡିଆ ମାଳିସାହି ଗ୍ରାମର ପଙ୍କଜ ସାହୁଙ୍କ ପରିବାର ଲୋକ ଫ୍ୟାନ ଲଗାଇ ଶୋଇଥିଲେ । ରାତିରେ ପଙ୍କଜଙ୍କ ୧୦ ମାସର ଶିଶୁ ପୁତ୍ର ନିଦରୁ ଉଠି କରେଣ୍ଟ ବୋର୍ଡରେ ଥିବା ଥ୍ରୀ ପିନ୍‌ରେ ଆଙ୍ଗୁଠି ପୁରାଇ ଦେଇଥିଲା । ଫଳରେ ହାତଟି ସମ୍ପୂର୍ଣ୍ଣ ଜଳିଯିବା ସହ ଶିଶୁଟିର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ସଙ୍ଗେସଙ୍ଗେ ଶିଶୁଟିକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.