ଜଙ୍ଗଲ ଭିତରୁ ମାଓ କମାଣ୍ଡରଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ଜଙ୍ଗଲ ଭିତରୁ ମାଓ କମାଣ୍ଡରଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ସୁକୁମା ଓ ଦନ୍ତେୱାଡା ଜିଲ୍ଲା ସୀମାନ୍ତରେ ଥିବା ଫୁସାରାସ ଘାଟୀ ନିକଟରେ ଥିବା ଜଙ୍ଗଲ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ପାଇ ସିଆରପିଏଫ ଏବଂ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତକ ଜଣଙ୍କ ଦରଭା ମାଓ ଡିଭିଜନର କଟେକଲ୍ୟାଣ କମିଟିର କମାଣ୍ଡର ବୋଲି ପୋଲିସ ଚିହ୍ନଟ କରି ଛି। ତାଙ୍କ ନାମ ଦେବା ଓରଫ ତିରି ମାଡକାମୀ ବୋଲି ଜଣାପଡ଼ିଛି । ମୃତ ଦେବାଙ୍କ ନାମରେ ପୂର୍ବରୁ ଛତିଶଗଡ ପୋଲିସ ୯ଟି ହିଂସା ଘଟଣା ନେଇ ମାମଲା ରୁଜୁ କରିଥିଲା । ଦେବା ନାମରେ ଛତିଶଗଡ ସରକାର ପୂର୍ବରୁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ତେବେ ମାଓ ସଙ୍ଗଠନର ସଦସ୍ୟ ଟଙ୍କାକୁ ନେଇ ନିଜ ନିଜ ଭିତରେ ଲଢେଇ କରି ଦେବାକୁ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ବସ୍ତର ଆଇଜି ପି. ସୁନ୍ଦରରାଜ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!