୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା

  • ପୃଥକ ରାଜ୍ୟ ଓ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବୀ

ସମ୍ଵଲପୁର : ବୁଧବାର ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ନାଗରିକ କମିଟିର ଆହ୍ଵାନ କ୍ରମେ ଏହି ବନ୍ଦ ପାଳନ କରାଯାଉଛି । ପଶ୍ଚିମ ଓଡ଼ିଶାକୁ ପୃଥକ ରାଜ୍ୟ ଓ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବୀ ନେଇ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ଏହି ବନ୍ଦପାଳନ ଆରମ୍ଭ ହୋଇଛି । ଜିଲ୍ଲା ଓକିଲ ସଙ୍ଘ ଏହି ବନ୍ଦକୁ ସମର୍ଥନ କରିଛି ।

ସକାଳୁ ଗାଡି ଚଳାଚଳା ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି । ପିଲାଙ୍କ ପରୀକ୍ଷା ଥିବାରୁ ତତ୍‌ସମ୍ବନ୍ଧୀୟ ଯାତାୟତ ଓ ଗାଡି ଚାଳନା ବନ୍ଦରୁ ବାଦ୍ ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!