
କୋରାପୁଟ : କୋରାପୁଟ ମାଟିରୁ ଭାରତ ଛାଡ ଆନ୍ଦୋଳନର ନେତୃତ୍ଵ ନେଇଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅବଦୁଲ ଏମ୍ ଅଖତର, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ, ପିଏ ଆଇଟିଡିଏ କାରୁ ସୋରେନ, ଜିଲ୍ଲା ସଂସ୍କୃତି ଅଧିକାରି ପ୍ରିତିଶୁଧା ଜେନା, ପୌର ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ସୀସା, ଯୁବ କଂଗ୍ରେସ ନେତା ରୂପକ ତୁରୁକ୍ ପ୍ରମୁଖ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଛକ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।