୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ନୀଳଗିରି : ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ୱର ନିକଟରେ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପଞ୍ଚଲିଙ୍ଗେଶ୍ୱର ବସଷ୍ଟାଣ୍ଡ ନିକଟ ସନାତନ ସିଂଙ୍କ ରୋଷେଇ ଘରେ ଅହିରାଜଟି ଶୋଇଥିଲା । ତାଙ୍କ ସ୍ତ୍ରୀ ରୋଷେଇ କରିବାକୁ ଗଲା ବେଳେ ଦେଖିବାକୁ ପାଇଥିଲେ । ଏନେଇ ଟୁରିଷ୍ଟଗାଇଡ଼ ତଥା ସାପ ଧରାଳି ମନୋରଞ୍ଜନ ଦାସଙ୍କୁ ଖବର ଦେବା ପରେ ସେ ବନବିଭାଗର କର୍ମଚାରୀଙ୍କ ସହାୟତାରେ ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ପାଖ ଜଙ୍ଗଲରେ ଛାଡି ଦିଆଯାଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!