jsm

ଆଗଲପୁର ଶାଖା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

csstore

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖାର କାର୍ଯ୍ୟକାରିଣୀ ବୈଠକ ରିନବଚନ ଗ୍ରାମ ପଂଚାୟତ ବାଗ ଝୁଲା ସମୀର ଦିବ୍ୟାଙ୍ଗ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂଗଠନ ସମାଜସେବା କ୍ଷେତ୍ରରେ ଆଗେଇ ଆସି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବିଗତ କୋଭିଡ ସମୟରେ ତାଙ୍କର ସେବା କାର୍ଯ୍ୟକ୍ରମକୁ ଲୋକେ ବର୍ତ୍ତମାନ ସୁଦ୍ଧା ଭୁଲି ପାରୁନାହାନ୍ତି । ରକ୍ତଦାନ, ବୃକ୍ଷ ରୋପଣ, ଅକ୍ସିଜେନ ସିଲିଣ୍ଡର ତଥା ରୋଗୀ ମାନଙ୍କୁ ଅନେକ ସମୟରେ ହସ୍ପିଟାଲକୁ ପହଂଚାଇ ଚିକିତ୍ସା ଆଦି ଯୋଗାଇବାରେ ପ୍ରଶଂସନୀୟ ହୋଇପାରିଛନ୍ତି । କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସଭାପତି ସୋମନାଥ ମିଶ୍ର ଯୋଗ ଦେଇଥିଲେ । ଦିବ୍ୟାଙ୍ଗ ଆଶ୍ରମର ପ୍ରତିଷ୍ଠାତା କୀର୍ତ୍ତନ ଦାସ, ଆଗଲପୁର ବ୍ଲକ ବରିଷ୍ଠ ସାମ୍ବାଦିକ ଡାକ୍ତର ପଟେଲ, ବିଙ୍ଗ ହ୍ୟୁମାନର ଉପଦେଷ୍ଟା ରୋତ କଲେଜ ବରିଷ୍ଠ ପ୍ରଧ୍ୟାପକ ସନ୍ତୋଷ କୁମାର ରଥ, ରିନବଚନ ଗ୍ରାମ ପଂଚାୟତ ପୂର୍ବତନ ସରପଂଚ ଶେଷଦେବ ଗଡତ୍ୟା, ପ୍ରଶାନ୍ତ ଭୋଇ, କରୁଣାକର ପାତ୍ର, ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଆଗଲପୁର ଶାଖାର ନୂତନ ସଭାପତି ଭାବେ ବୁଦ୍ଧଦେବ ସାହୁ, ସାଧାରଣ ସଂପାଦକ ଭାବେ ସଂଯୋଗ କୁମାର ସାହୁ, ସହ ସଂପାଦକ ଭାବେ ପିଣ୍ଟୁରଣା, ରମେଶ ଦଣ୍ଡସେନାଙ୍କୁ ଦାୟିତ୍ୱ ଦିଆଯାଇଥିବା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ କର୍ମକର୍ତ୍ତାଗଣ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ସରୋଜ ପଧାନ, ଡୋଳା ମଣି ଥନାପତି, ପିଣ୍ଟୁ ଯୋଶି, ପ୍ରତୀକ ନାଏକ ପ୍ରମୁଖ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.