jsm

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷାବର୍ଷ-୨୦୨୧-୨୨ ସରକାରୀ ବୃତ୍ତି ପରୀକ୍ଷାରେ ଶତ ପ୍ରତିଶତ ସଫଳତା

csstore

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ତୃତୀୟ ବୃତ୍ତି ଓ ପଞ୍ଚମ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ଜଣାପଡିଛି । ତୃତୀୟ ବୃତ୍ତି ଓ ପଞ୍ଚମ ବୃତ୍ତିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ୩ୟ ଶ୍ରେଣୀର ସ୍ପନ୍ଦନ ଶ୍ରୀୟମ, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ୩ୟ ଶ୍ରେଣୀର କରନ ରାଉତ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ୩ୟ ଶ୍ରେଣୀର ଅର୍ଚ୍ଚିତା ସାହୁ, ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ୫ମ ଶ୍ରେଣୀର ଦିବ୍ୟା ଦିପାନ୍ୱିତା, ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ୫ମ ଶ୍ରେଣୀର ପ୍ରତ୍ୟାଷା ପ୍ରିୟଦର୍ଶିନୀ ହୋତା, ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ୫ମ ଶ୍ରେଣୀର ପ୍ରତ୍ୟାଷା ପଣ୍ଡା ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । ଏଣୁ ପରିଚାଳନା କମିଟିର ସଭାପତି ଅଶ୍ୱିନୀ କୁମାର ପଣ୍ଡା, ସଂପାଦକ ରଜନୀ କାନ୍ତ ମହାଖୁଡ, କୋଷାଧ୍ୟକ୍ଷ ହେମନ୍ତ ସାହୁ, ପ୍ରଧାନ ଆଚାର୍ଯ୍ୟ କିଶୋର କୁମାର ତ୍ରିପାଠୀଙ୍କ ସମେତ ଆଚାର୍ଯ୍ୟ/ ଆଚାର୍ଯ୍ୟା ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

yuvodaya
Leave A Reply

Your email address will not be published.