oom

ଲଭଜିହାଦ ବିରୁଦ୍ଧରେ କଠୋର ଆଇନ ହେଉ – କୁସୁମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଦିନକୁ ଦିନ ଦେଶରେ ଲବଜିହାଦ ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ନିମନ୍ତେ କଠୋର ଆଇନ ତିଆରି କରିବାକୁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏହି ଅବସରରେ ଭିଏଚ୍‌ପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ବିଗତ ଏକ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଯେଉଁ ଭଳି ଭାବରେ ପ୍ରେମ ଆଳରେ ହିନ୍ଦୁ ଝିଅ, ବୋହୁ ମାନଙ୍କ ଧର୍ମାନ୍ତରୀକରଣ ପାଇଁ ଉଦ୍ୟମ ହେଉଛି, ତାହା ଅତ୍ୟନ୍ତ ଉଦବେଗଜନକ । ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ନିଜ ପରିଚୟକୁ ଲୁଚାଇ ଉଦେଶ୍ୟମୂଳକ ଭାବରେ ହିନ୍ଦୁ ଝିଅ, ବୋହୁ ମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଚାପ ପକାଇ ବଳପୂର୍ବକ ଧର୍ମ ପରିବର୍ତ୍ତନ କରୁଛନ୍ତି । ଯଦି ସମ୍ପୃକ୍ତ ଝିଅ ଧର୍ମ ପରିବର୍ତ୍ତନ ପାଇଁ ରାଜି ନହେଲେ ଶେଷରେ ତାକୁ ନିର୍ଯ୍ୟାତନା ଦିଆଯାଉଛି ନଚେତ ଶ୍ରଦ୍ଧାଙ୍କ ଭଳି ଖଣ୍ଡ ଖଣ୍ଡ କରି ଫିଙ୍ଗି ଦିଆଯାଉଛି । ତେଣୁ ସାମ୍ପ୍ରତିକ ପରିସ୍ଥିତିରେ ଲଭଜିହାଦ ବିରୁଦ୍ଧରେ କଠୋର ଆଇନ ତିଆରି କରିବାର ବହୁ ଆବଶ୍ୟକତା ରହିଛି । ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ଧର୍ମ ସ୍ୱାଧୀନତା ହେଉଛି ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର । ତେଣୁ ପ୍ରେମର ଛଳନା କରି ଜଣେ ଝିଅକୁ ବିବାହ କରି ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା ସମ୍ପୂର୍ଣ୍ଣ ରୂପେ ମୌଳିକ ଅଧିକାର ଓ ଧର୍ମ ସ୍ୱାଧୀନତାର ବିରୁଦ୍ଧାଚରଣ । ତେଣୁ ସରକାର ହିନ୍ଦୁ ଝିଅ, ବୋହୁଙ୍କ ମୌଳିକ ଅଧିକାର ତଥା ଧର୍ମ ସ୍ୱତନ୍ତ୍ରତାକୁ ଅଗ୍ରାଧିକାର ଦେଇ ଅତିଶୀଘ୍ର ଲଭ ଜିହାଦ ବିରୁଦ୍ଧରେ କଠୋର ଆଇନ ତିଆରି କରିବା ଉଚିତ ବୋଲି ଭିଏଚ୍‌ପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.