ସିନାପାଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ସିନାପାଲି ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କର୍ମଚାରୀମାନେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଜନସାଧାରଣଙ୍କ ଅଭିଯୋଗ ଅନୁସାରେ ଏହି ବ୍ୟାଙ୍କରେ ୨୭ଟି ଗ୍ରାମ ପଞ୍ଚାୟତର ଲୋକେ ଖାତା ଖୋଲିଛନ୍ତି ଓ ହଜାର ହଜାର ଲୋକେ ବ୍ୟାଙ୍କ କାମ ସମାଧାନ ପାଇଁ ଟଙ୍କା ଜମା ଓ ଉଠାଣ କରନ୍ତି । ସବୁଦିନ ସେଥିପାଇଁ ଲୋକଙ୍କ ଭିଡ଼ ଜମୁଥିବା ବେଳେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଲୋକେ ହଇରାଣ ହେଉଛନ୍ତି ବୋଲି ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି । ଏହି ବ୍ୟାଙ୍କକୁ ଅନେକ ଗାଁର ଓ ଅପହଞ୍ଚ ଇଲାକାରୁ ଯେମିତି କି ନଙ୍ଗଲବୋଡ, ଘାଟମାଲ, ନୁଆମାଲପଡ଼ା, ତାଲାକୋଟ, ଖଇରପଦର ଭଳି ଅନେକ ଦୂର ଦୁରାନ୍ତରରୁ ଲୋକେ ଆସନ୍ତି । ହେଲେ କର୍ମଚାରୀଙ୍କ ଧମକ ଚମକରେ ଖାତାଧାରୀଙ୍କ କିଛି କାମ ହୁଏନି ବୋଲି ଅଭିଯୋଗ ହୋଇଛି । ବିନା କାମ କରି ଶେଷରେ ଘରକୁ ଫେରିବାକୁ ପଡେ ଏହି ଲୋକ ମାନଙ୍କୁ । ଅଧିକାଂଶ ସମୟରେ ଆମର ଷ୍ଟାଫ୍ ଅଭାବ ବୋଲି ବାହାନା କରି ଟଙ୍କା ଉଠାଣ ପାଇଁ ସହଜ ଜନସେବା କେନ୍ଦ୍ରକୁ ଗ୍ରାହକ ମାନଙ୍କୁ ପଠାଇ ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ଷ୍ଟାଫ୍ ଅଭାବ ଆଜିର କଥା ନୁହେଁ କି କର୍ମଚାରୀଙ୍କ ଅବହେଳା ଆଜିର ନୁହେଁ ଏଇଟା ସିନାପାଲି ବ୍ୟାଙ୍କର ନୀତି ଦିନିଆ କଥା ଓ କର୍ମଚାରୀ କେବେ ବି ପୁରଣ ହେଉ ନାହାଁନ୍ତି । ଧନୀ ଲୋକଙ୍କ ଏଠି ଫଟାଫଟ କାମ ହୁଏ କିନ୍ତୁ ଗରୀବ ଲୋକଙ୍କ କଥା ଏଠି କିଏ ବୁଝେ ନି ବୋଲି ଆଲୋଚନା ହେଉଛି । ଏହି ଶାଖାରେ ଗରୀବ ଲୋକଙ୍କ ପାସ ବୁକ ଅପଡେଟ କରି ଦେଉ ନାହାନ୍ତି ଏବଂ ପ୍ରିଣ୍ଟର ମେସିନ ଠିକ୍‌ ଅଛି କିନ୍ତୁ ଖରାପ ଅଛି କହି ଫେରାଇ ଦେଉଥିବା ଅଭିଯୋଗ ହୋଇଛି । ଫଳରେ ଗ୍ରାହକ ମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି । ବିଶେଷ କରି ମନରେଗା କାମ କରୁଥିବା ଶ୍ରମିକ ମାନେ ଅପଡେଟ କରି ନ ପାରିବାରୁ ମଜୁରୀ ପଡିବା ବିଷୟରେ ଜାଣି ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଉକ୍ତ ବ୍ୟାଙ୍କର ସମସ୍ତ ବ୍ୟାଙ୍କ କର୍ମଚାରୀ ବ୍ୟସ୍ତ ଥିବା ଆଳରେ ଲୋକଙ୍କୁ ହଇରାଣ କରୁଥିବାରୁ ସେମାନଙ୍କ ବଦଳି ଦାବୀ କରିଛନ୍ତି ସାଧାରଣ ଲୋକେ । ଆଗକୁ ଠିକ୍‌ ଭାବରେ ସେବା କେମିତି ଲୋକଙ୍କୁ ଦିଆଯିବ ସେ ବିଷୟରେ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.