jsm

ଗାଁ ବସ୍ତିରେ ଥିବା ମଦଭାଟିକୁ ଗ୍ରାମବାସୀଙ୍କ ବିରୋଧ : ଅନ୍ୟତ୍ର ସ୍ଥାନାନ୍ତର ଦାବୀ ନେଇ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

csstore

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ ଧିଙ୍ଗିଆମୁଣ୍ତା ଗ୍ରାମ ବସ୍ତିରେ ଥିବା ମଦଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ନୂଆପଡା ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହି ମଦଭାଟି ଗାଁ ବସ୍ତିରେ ଥିବା ଯୋଗୁଁ ଅନେକ ସମୟରେ ଝମେଲା ଝାଟି ହେଉଥିବା ବେଳେ ଛୋଟ ଛୁଆ, ମହିଳା, ଯୁବକଙ୍କ ଉପରେ ତାରକୁ ପ୍ରଭାବ ପଡୁଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବିଗତ ବହୁ ବର୍ଷ ହେବ ଧିଙ୍ଗିଆମୁଣ୍ତା ଗ୍ରାମ ବସ୍ତିରେ ମଦଭାଟି ଅଛି । ଯାହା ଫଳରେ ଗ୍ରାମରେ ବିଶୁଙ୍ଖଳା ସୃଷ୍ଟି ହେଉଛି । ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟ ରାସ୍ତା ଉପରେ ଥିବାରୁ ଅଧିକାଂଶ ସମୟ ରାସ୍ତା ଜାମ ରହୁଛି । ଲୋକେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ଗ୍ରାମରେ ସବୁବେଳେ ମଦ୍ୟପଙ୍କ ଝମେଲା ଝାଟି ରହୁଛି । ଯାହା ଫଳରେ ଗ୍ରାମର ମା’ ଭଉଣୀ ଛାତ୍ରଛାତ୍ରୀ ରାସ୍ତାରେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖିନ କରିବାକୁ ପଡୁଛି । ଏନେଇ ଗତ ୧୧ ତାରିଖ ଦିନ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହି ଦାବୀପତ୍ରରେ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ ସରପଞ୍ଚ ମଦନ ଦଣ୍ତସେନା, ସମିତିସଭ୍ୟା ତୁଲସା ଖର୍ସେଲ, ୱାର୍ଡ ମେମ୍ବର ଦୁର୍ଯ୍ୟୋଧନ ମାଝି, ଭ୍ରମର ନାଏକ, ଜିତେନ୍ଦ୍ର ଖର୍ସେଲ, ବିଦ୍ୟାଧର ନାଏକ, ଦୁସମନ୍ତ ଖର୍ସେଲ, ଲମ୍ୱୋଦର ନାଏକ, କୁବେର ଚିନ୍ଦା, ସମେତ ଅନ୍ୟାନ୍ୟ ସଦସ୍ୟଙ୍କ ଦସ୍ତଖତ ସମ୍ୱଳିତ ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.