csstore

ପ୍ରକଳ୍ପ ପରିଦର୍ଶନ କଲେ ବିଭାଗୀୟ ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକଟରେ ପ୍ରବାହିତ ଋଷିକୁଲ୍ୟା ନଦୀ କୂଳରେ ଆରମ୍ଭ ହେଉଥିବା ନଦୀବନ୍ଧ ପ୍ରକଳ୍ପ ଶୁକ୍ରବାର ଦିନ ବିଭାଗୀୟ ଅଧିକାରୀମାନେ ପରିଦର୍ଶନ କରିଛନ୍ତି । କ୍ୱାଲିଟି ଇନ୍‌ସୁରେନସ୍‌ ଚିଫ ଇଞ୍ଜିନିୟର ବ୍ରଜ କିଶୋର ପରିଡା, କ୍ୱାଲିଟି ଇନ୍‌ସୁରେନସ୍‌ ଏଡିସନାଲ୍‌ ଚିଫ ଇଞ୍ଜିନିୟର ଉଦୟ ନାଥ ସାହୁ, ଅଧିକ୍ଷଣ ଯନ୍ତ୍ରୀ ରବିନ୍ଦ୍ର ନାଥ ଦାଶ, ବ୍ରହ୍ମପୁର ଜଳସେଚନ ବିଭାଗ ଅଧିକ୍ଷକ ଯନ୍ତ୍ରୀ ଜୟଦୀପ ପଣ୍ଡା, ହୁମ୍ମା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ହୁମ୍ମା କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ନାହାକ ପ୍ରମୁଖ ବିଭଗୀୟ ଅଧିକାରୀ ଋଷିକୁଲ୍ୟା ନଦୀ କୂଳରେ ହେବାକୁ ଥିବା ପ୍ରକଳ୍ପର ପ୍ରାକ୍‌ କାର୍ଯ୍ୟର ପରିଦର୍ଶନ କରିଥିଲେ । ବର୍ତ୍ତମାନ ନଦୀ କୂଳରେ ଜେସିବି ଦ୍ୱାରା କ୍ଲିନ କାର୍ଯ୍ୟ ଚାଲୁ ରହିଥିବା ବେଳେ ପ୍ରକଳ୍ପର ରୂପରେଖ ଉପରେ ଚିଫ ଇଞ୍ଜିନିୟର ଶ୍ରୀ ପରିଡା ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୧୨ ନମ୍ବର ୱାର୍ଡ଼ କାଉନସିଲର ଚନ୍ଦ୍ର ଶେଖର ରେଡି, ଶ୍ରୀ ବେହେରା, ପି. ରାଜୁ ରେଡି, ଇସ୍ପିତ ବେହେରା, ସୀମାଞ୍ଚଳ ବେହେରା, ନିରଞ୍ଜନ ବେହେରା, ରାମଚନ୍ଦ୍ର ବେହେରା ପ୍ରମୁଖ ଗ୍ରାମବାସୀଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସୂଚନା ଥାଉକି, ୮୪୦ ମିଟର ନଦୀବନ୍ଧ ସୁଦୃଢ଼ିକରଣ, ମୋରମ ରୋଡ଼ ୬୧୨ ମିଟର ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

jayashree
Leave A Reply

Your email address will not be published.