centurian jitm

୩ ଦଫା ଦାବୀ ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ ଶୋଭାଯାତ୍ରା

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାର କଣ୍ଟ୍ରାକ୍ଟ ନିଯୁକ୍ତିକୁ ଉଚ୍ଛେଦ କରିଛନ୍ତି । ମାତ୍ର ଏବେବି ପ୍ରାଥମିକ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ବିଭିନ୍ନ ବର୍ଗର ଶିକ୍ଷକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ କଣ୍ଟ୍ରାକ୍ଟଚୁଆଲ, କନିଷ୍ଠ ଶିକ୍ଷା ସହାୟକ ଆଦି ରହିଛନ୍ତି । ୨୦୦୧ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକମାନଙ୍କ ଛଅ ବର୍ଷ ଅବଧିକୁ ଗଣନା କରାଯାଇନାହିଁ, ଫଳରେ ବହୁ ଶିକ୍ଷା ସହାୟକ ବାଦ୍‌ ପଡିଛନ୍ତି । ସେହିପରି ପୁରୁଣା ପେନସନ୍‌ ନିୟମ ଲାଗୁ କରିବା ଓ ଗ୍ରେଡ଼ ପେ ୩୫୪୦୦ /ଲାଗୁ କରିବା ଦାବୀରେ ଗତକାଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା । ସଭାପତି ଦୟାନିଧି ମାର୍ଥା ଓ ସମ୍ପାଦକ ରଶ୍ମି ରଞ୍ଜନ ବଡ଼ଜେନା, ସଂଯୋଜକ ପବିତ୍ର ମୋହନ ଜେନାଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷା ସହାୟକ ବେରବୋଇ ଠାରୁ ବିଶାଳ ପଦଯାତ୍ରାରେ ବାହାରି ଡେଲାଙ୍ଗ ଷ୍ଟେସନ ବଜାର ଦେଇ ରେଞ୍ଜ ସ୍ଥିତ ମଣ୍ଡଳ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସହକାରୀ ବିଇଓ ଯୁଧିଷ୍ଠିର ପରିଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଆଗାମୀ ୨୬ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆହ୍ୱାନ କରିଥିଲେ । କ୍ଷେତ୍ରବାସୀ ଆଳୁକ, ଅଭିମନ୍ୟୁ ପ୍ରଧାନ, ରମେଶ ଚନ୍ଦ୍ର ବଳବନ୍ତରାୟ, ଅମେରେଂଦ୍ର ମଙ୍ଗରାଜ, ଅଶୋକ ପ୍ରଧାନ, ବିଜୟ ବିଶ୍ୱାଳ, ଅଭିମନ୍ୟୁ ସିଂ, ଦିଲ୍ଲୀପ ନାୟକ, ବନମାଳୀ ସାହୁ, ବାସନ୍ତୀ ଦେଇ, ବିଚିତ୍ରା ନନ୍ଦ ନାୟକ, ବାସୁଦେବ ମଲ୍ଲିକ ସମେତ ଦୁଇ ଶହରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଶେଷରେ ସଂଘର ସଭାପତି ଦୟାନିଧି ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.