ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଦୁର୍ଗାଦେବୀ ସାହିର ନାଟ୍ୟ କଳାକାର ଓ ମୂର୍ତ୍ତି କାରିଗର ନିରଞ୍ଜନ ପାଢ଼ୀଙ୍କର ଗୁରୁବାର ବିୟୋଗ ଘଟିଛି । ସେ ଜଣେ ମେଳାପୀ ଧର୍ମ ପରାୟଣ ବ୍ୟକ୍ତି ଥିଲେ । କଳାକାର ଜୀବନରେ ଲୋକଙ୍କ ପାଇଁ ଅନେକ ପ୍ରେରଣା ଦେଇଛନ୍ତି । ଏଥିସହ ସେ ମାଟିରେ ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରି ବେଶ ସୁନାମ ଅର୍ଜନ କରିଛନ୍ତି । ସେହି କଳାକାର ମୂର୍ତ୍ତି କାରିଗରଙ୍କ ମୃତ୍ୟୁ ବେଳକୁ ୭୪ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିବା ବେଳେ ବଡ଼ ପୁଅ ନୃସିଂହ ଚରଣ ପାଢ଼ୀ ମୁମ୍ବାଇରେ ଥିବା ହେତୁ ବାପାଙ୍କ ଶେଷ ଦର୍ଶନ କରି ପାରିନଥିଲେ । ଋଷିକୁଲ୍ୟା ନଦୀ ଘାଟ ଶ୍ମଶାନ ଠାରେ ଅନ୍ତିମ ସତ୍କାର ହୋଇଥିଲା ।
Next Post