oom

୫୬ତମ ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ଅନୁଷ୍ଠିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ ଅନ୍ତର୍ଗତ ଗୋଖରକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁଦିବସ ଅବସରରେ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପରିଚାଳନା କମିଟି ଉପସଭାପତି ଜାନକୀ ଆମ୍ମା ସଭାପତିତ୍ୱ କରିଥିବା ବେଳେ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗୀରଥି ବେହେରା ମୁଖ୍ୟ ଅତିଥି, ଅଧ୍ୟାପକ ତ୍ରିଲୋଚନ ଦାଶ (କବି) ମୁଖ୍ୟ ବକ୍ତା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ ଚନ୍ଦ୍ର ବେହେରା, ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପ୍ରଧାନ ପାଳିବନ୍ଧ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ନାଥ ସେଠୀଙ୍କ ସମେତ ଗଞ୍ଜାମ ବ୍ଲକର ସମସ୍ତ ସିଆରସିସି ସଂଯୋଜକ, ଅଭିଯାନର ସଂଯୋଜକ ବିପ୍ର ଚରଣ ସାହୁ, ରବୀନ୍ଦ୍ର କୁମାର ସେଠୀ, ଦାମୋଦର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ସହ ଗଳ୍ପ, ପ୍ରବନ୍ଧ, କବିତା ବିଭାଗର ପଠନ, ଲିଖନ ଓ ଆବୃତ୍ତି ଆଦି ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ଭାଗୀରଥି ବେହେରାଙ୍କ ଶିଶୁ ପୁସ୍ତକ ପିଲାଙ୍କ ପ୍ରାର୍ଥନା ପୁସ୍ତକ ପ୍ରଦାନ କରାଯିବା ସହ ଆଜି ଅଧ୍ୟାପକ ତ୍ରିଲୋଚନ ଦାଶଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.