ହିଙ୍ଗୁଳା ମଣ୍ଡଳ ଯୁବମୋର୍ଚ୍ଚା ଟିମ୍‌ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କଣିହାଁ ଅଂଚଳ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ଗ୍ରାମକୁ ଯିବା ସହିତ ବିଭିନ୍ନ ବର୍ଗର ଲୋକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା, ଆପତ୍ତି ଅଭିଯୋଗ ଶୁଣିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସଂଗଠନ ଉପରେ ସମୀକ୍ଷା କରିଥିଲେ । ଏ ପରିପେକ୍ଷୀରେ ତାଳଚେର ହିଙ୍ଗୁଳା ମଣ୍ଡଳର ଯୁବମୋର୍ଚ୍ଚା ଟିମ୍‌ ସହିତ ସାକ୍ଷାତ ଆଲୋଚନା କରିବା ସହ ସଂଗଠନକୁ ସୁଦୃଢ କରିବା ଉପରେ ପରାମର୍ଶ ଦେଇଥିଲେ । ଅତି ନିକଟରେ ନିଜର ପ୍ରିୟ ନେତାଙ୍କୁ ପାଇଁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଉତ୍ସାହିତ ହୋଇଥିଲେ । ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁନୀଲ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ହିଙ୍ଗୁଳା ମଣ୍ଡଳ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଜିନେସ ସାହୁ, ସାଗର ସାହୁ, ସୁଧୀର ବିଶ୍ଵାଳ, ଦିନେଶ ବିଶ୍ଵାଳ, ସଂଗ୍ରାମ, ଏସକାନ୍ତ, ରାଜା, ଆଶିଷ, ଚିକୁ, ପ୍ରସାଦ, ଜଗଦୀଶ, ସୁବ୍ରତ ସମେତ ଅନେକ କାର୍ଯ୍ୟକାର୍ତ୍ତା ସାମିଲ ଥିଲେ । ବିଜେପି ହିଙ୍ଗୁଳା ମଣ୍ଡଳ ସଭାପତି ରାଜେନ୍ଦ୍ର କୁମାର ସିଂ, ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ଓ ସୁବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.