ତାଲପାଲି ସିଏଚ୍‌ସିରେ ଚୋରି ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ପଷ୍ଟ ଦିବାଲୋକରେ ଷ୍ଟେବଲାଇଜର, ଅଦରକାରୀ ପଙ୍ଖା, ଟେବୁଲ, ଚୌକି, କୁଲର୍ ଅନ୍ୟାନ୍ୟ ଅନେକ ସାମଗ୍ରୀ ଚୋରି ଘଟଣାକୁ ନେଇ ମେଡିକାଲ କର୍ମଚାରୀ ଗାଇସିଲେଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସିକ୍ୟୁରିଟି ଇନଚାର୍ଜ ଥିବା ସତ୍ୱେ ଏଭଳି ଚୋରି ଘଟିଲା କେମିତି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଏହି ଚୋରି ଘଟଣାର ରିପୋର୍ଟ ପାଇବାକ୍ଷଣୀ ଥାନା ଅଧିକାରୀ ବୀରବର ଭଗତ ତାଲପାଲି ସିଏଚ୍‌ସିକୁ ଆସି ଘଟଣାର ତଦନ୍ତ କରିଛନ୍ତି ।

Leave A Reply

Your email address will not be published.

error: Content is protected !!