jsm

ଜାତୀୟ କରାଟେ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲର ଛାତ୍ରଛାତ୍ରୀମାନେ ଗତ ମେ ମାସରେ ଗୋଆର ସାଗ କମ୍ପାଲ ଇଣ୍ଡୋର ଷ୍ଟାଡିୟମ ଓ ଗତ ଅକ୍ଟୋବର ମାସରେ ଚେନ୍ନାଇର ଆଇସିଏଫ୍‌ ପାଲାନିସାମି ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରି ବଲାଙ୍ଗିର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଏହି ଅବସରରେ ଆଜି ପିପି ଏକାଡେମୀ ହାଇସ୍କୁଲରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କରାଟେ ଅର୍ଗାନାଇଜେସନର ସାଧାରଣ ସଂପାଦକ ତଥା କରାଟେ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୌର ପାଳିକା ଅଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇପିଇ ଅନ୍ତର୍ଯ୍ୟାମି ବିଶ୍ୱାଲ ଓ ପିପି ଏକାଡେମୀ ସ୍କୁଲ ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ଏହି କରାଟେ ଅର୍ଗାନାଇଜେନ ପାଇଁ ନିଜସ୍ୱ ହଲ୍‌ର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଅତିଥି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମନପ୍ରୀତ କୌର ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.