csstore

ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ଯୁବ ଗୋଷ୍ଠୀ ଦଳ ଛାଡି ବିଜେପି ଦଳରେ ଯୋଗଦେଲେ

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ଉପନିର୍ବାଚନ ଆଉ ଅଳ୍ପ ଦିନ ଥିବା ବେଳେ ବିଜେଡି କର୍ମୀ ତଥା ଯୁବଗୋଷ୍ଠୀ ଦଳ ଛାଡି ବିଜେପି ଦଳରେ ଯୋଗଦାନ କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୁହୁରାପାଲି ଗ୍ରାମ ପଞ୍ଚାୟତ ବରଭଟା ଗ୍ରାମର ବିଜେଡି ଯୁବ କର୍ମୀ ହୃଷିକେଶ ନେଗୀ, ବଲରାମ ବରିହା, ହର୍ଷ ବରିହା, ଟିକେ ଲାଲ୍ ନେଗୀ, ଅନିଲ ନେଗୀ, ପ୍ରଦୀପ ଜାଲ, ସୁରେଶ ଛତର, ବିକାଶ ନେଗୀ, ଦିନମଣି ମହର୍ଷି ପ୍ରମୁଖ ଦଳ ଛାଡି ବିଜେପି ଦଳରେ ଯୋଗଦାନ କରିଛନ୍ତି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଯୋଗଦାନ କରିଥିଲେ । ଶ୍ରୀ ପୁରୋହିତ ସେମାନଙ୍କୁ ଉତ୍ସାହିତ କରିବା ସହ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ ହିତକର ଯୋଜନାରେ ଅନୁପ୍ରାଣିତ ହୋଇ କର୍ମୀମାନେ ବିଜେପି ଦଳରେ ଯୋଗଦାନ କରିଥିବା ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.