csstore

ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ରମାଇଁ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ସମୟରେ ଆବାହକ ତଥା ରମାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ଵାଲ ଏବଂ ବ୍ଲକ ବିଜ୍ଞାନ ସଂଯୋଜକ ଓଁକାର ରଞ୍ଜନ ମିଶ୍ରଙ୍କ ସଂଯୋଜନା କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିକ୍ଷା ବର୍ଷ ୨୦୨୨/୨୩ରେ ହେବାକୁ ଥିବା ବିଜ୍ଞାନ ମେଳା ଉପରେ ଏକ ପ୍ରସ୍ତୁତି ମୂଳକ ଆଲୋଚନା କରାଯାଇଥିଲା । ଆଲୋଚନା କ୍ରମେ ଆସନ୍ତା ଡ଼ିସେମ୍ବର ୩ରେ ଜନତା ଉଚ୍ଚ ବିଦ୍ୟାଳୟ ଭଇଁଷା ଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା କରିବାକୁ ସ୍ଥିରିକୃତ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା ଉପସ୍ଥିତ ରହି ବିଜ୍ଞାନ ମେଳା ପାଇଁ ଉପଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ସମେତ ରମାଇଁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.