ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ନଲିନୀ ଶ୍ରୀହରନ ୩୧ ବର୍ଷ ପରେ ଜେଲରୁ ମୁକୁଳିଲେ

ଭେଲୋର (ତାମିଲନାଡୁ) : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ୬ ଜଣ ଦୋଷୀଙ୍କୁ ୩୧ ବର୍ଷ କାରାଗାରରେ ରହିବା ପରେ ସୁପ୍ରିମକୋର୍ଟ ମୁକ୍ତ କରିଛନ୍ତି । ଗୋଟିଏ ଦିନ ପରେ ତିନି ଅଭିଯୁକ୍ତ ନଲିନୀ ଶ୍ରୀହରନ୍, ତାଙ୍କ ସ୍ୱାମୀ ମୁରୁଗାନ୍ ଏବଂ ସନ୍ଥନ୍ ଆନୁଷ୍ଠାନିକ ବିଧି ଶେଷ ହେବା ପରେ ଶନିବାର ସନ୍ଧ୍ୟାରେ ଭେଲୋର ଜେଲରୁ ମୁକ୍ତ ହୋଇଥିଲେ । ପାରୋଲ ସର୍ତ୍ତ ଅନୁଯାୟୀ ସକାଳେ ନଲିନୀ ସ୍ଥାନୀୟ ପୋଲିସ ଷ୍ଟେସନରେ ହାଜର ହୋଇଥିଲେ ।

ଗତ ମେ’ ମାସରେ ସପ୍ତମ ଦୋଷୀ ପେରାରିଭାଲାନଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିଜର କ୍ଷମତା ପ୍ରୟୋଗ କରିଥିଲେ । ଅଦାଲତ କହିଛନ୍ତି ଯେ, ଅନ୍ୟ ଦୋଷୀମାନଙ୍କ ପାଇଁ ମଧ୍ୟ ସମାନ ଆଦେଶ ପ୍ରଯୁଜ୍ୟ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ତାମିଲନାଡୁ କ୍ୟାବିନେଟ୍ ୨୦୧୮ରେ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲା । ୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଲିନୀ ଶ୍ରୀହରନ୍, ସନ୍ଥାନ୍, ମୁରୁଗାନ୍, ରୋବର୍ଟ ପାୟାସ ଏବଂ ଆରପି ରବିଚନ୍ଦ୍ରନ ଜେଲରେ ରହିଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦୋଷୀମାନେ ସନ୍ତୋଷଜନକ ଆଚରଣ କରିଥିଲେ, ଡିଗ୍ରୀ ହାସଲ କରିଥିଲେ, ପୁସ୍ତକ ଲେଖିଥିଲେ ଏବଂ ସାମାଜିକ ସେବାରେ ଭାଗ ନେଇଥିଲେ ।

Leave A Reply

Your email address will not be published.