ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୁଗୁଡ଼ା ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ଆସନ୍ତା ଜାନୁଆରୀ ୨୭, ୨୮ ଓ ୨୯ ତାରିଖରେ ତିନିଦିନ ଧରି ଚାଲିବାକୁ ଥିବା ବୁଦ୍ଧଖୋଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶେଷ ଗୁରୁତ୍ତ୍ୱାରୋପ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ବିହିତ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି । ବୈଠକ ପରେ ବୁଦ୍ଧଖୋଲ ପାଦଦେଶ ସୋପାନ ଶ୍ରେଣୀ ଓ ତୋରଣ ସୌନ୍ଦର୍ଯ୍ୟକରଣକୁ ଉଦ୍ଘାଟନ କରିବା ସହ ବୁଦ୍ଧଖୋଲ ଟ୍ୟୁରୋଜିମ ପାର୍କ ବୁଲି ପରିଦର୍ଶନ କରିଛନ୍ତି । ଏହି ଅବସରରେ ବୁଦ୍ଧଖୋଲ ଉନ୍ନୟନ ପରିଷଦ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।
Next Post