csstore

ମୋରାବି ପୋଲ ଦୁର୍ଘଟଣା ଓ ସାଉଥ୍ କୋରିଆର ସିଓଲ ଦଳା ଚକଟାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରର ବୁରାଟ ସ୍ଥିତ ଅଗ୍ରଣୀ ସେସ୍ୱଚ୍ଛାସେବୀ ଅନୁଷ୍ଠାନ ପରିସରରେ ଏକ ଶୋକସଭା ଓ କେଣ୍ଡଲ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଜରାଟର ମୋରାବି ସ୍ଥିତ ଝୁଲା ପୋଲ ଭୁଶୁଡ଼ି ମୃତ୍ୟୁ ବରଣ କରିଥିବା ୧୩୪ରୁ ଅଧିକ ଲୋକ ଏବଂ ସାଉଥ କୋରିଆର ଶିଓଲର ଏକ କାର୍ଯ୍ୟକ୍ରମରେ ଦଳା ଚକଟାରେ ମୃତ୍ୟୁ ବରଣ କରିଥିବା ୧୫୦ରୁ ଅଧିକ ଲୋକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ନୀରବ ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମର ଉଦ୍ୟୋକ୍ତା ସତ୍ୟ ନାରାୟଣ ପଟ୍ଟନାୟକ, ସୁନୀତା ତାଣ୍ଡି, ବୁରାଟ ଗ୍ରାମର ସଚେତନ ନାଗରିକ ତଥା ମ.ରାମପୁରର କିଛି ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜଣାଯାଇଛି ।

jayashree
Leave A Reply

Your email address will not be published.