ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟସଭା ସାଂସଦ ତଥା ପାର୍ଲାମେଣ୍ଟାରୀ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ସଦସ୍ୟା ମମତା ମାହାତୋଙ୍କ ରାଉରକେଲା ଗସ୍ତ ଅବସରରେ ଝିରପାଣି ସ୍ଥିତ ସାମାଜିକ ଅନୁଷ୍ଠାନ ଲେଡି ଲାୟନ ଅନୁଷ୍ଠାନକୁ ପରିଦର୍ଶନରେ ଯାଇଥିଲେ । ଅତିଥି ଶ୍ରୀମତୀ ମାହାତୋ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାମାଜିକ ପ୍ରତିବଦ୍ଧତା ରଖି ସମାଜରେ ଅବହେଳିତଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ମହିଳାମାନେ ମାନସିକ ସ୍ତରରେ ଦୃଢ ହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବନ୍ଦିତା ମାହାତୋ, ନବୀନ କୁମାର ମାହାତୋ, ସଂପାଦିକା ଇତିଶ୍ରୀ ଦାସ, ଚିଲିକା ସାହୁ, ସଂଧ୍ୟା ପରିଡା, ହେନା ନନ୍ଦ, ମାନସୀ ବାରିକ, ମଞ୍ଜରୀ ବାରିକ, ଧନମୟ ବିଷ୍ଟ, ରେଖା ଗୁପ୍ତା, ସ୍ନେହଲତା ପାତ୍ର, ମିତାଲି ମଣ୍ଡଳ, ଜାନକୀ ତନ୍ତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ମାହାତୋ ଧନ୍ୟବାଦ ଅର୍ପଣ କରିଥିଲେ ।