ଜଳିଗଲା ଚିପ୍ସ ବୋଝେଇ ହାଇୱା : ଅଳ୍ପକେ ବର୍ତ୍ତିଲେ ଚାଳକ

ଓଡ଼ାପଡ଼ା : ଆଜି ସକାଳ ୯ଟା ୩୦ମିନିଟ ସମୟରେ ୫୫ନଂ ଜାତୀୟ ରାଜପଥ ବଣିଆପଡା ରାସ୍ତାରେ ଏକ ଓଡ଼ି ଠ୬ ଏ ୩ଠ୮୬ ନମ୍ବର ବିଶିଷ୍ଟ ହାୱାଇ ଟ୍ରକ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଜଳି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୁଡିଆକାଟେଣି ଆଡୁ ଢେଙ୍କାନାଳ ଆଡ଼କୁ ଯାଉଥିବା ଚିପ୍ସ ବୋଝେଇ ହାଇୱା ଟ୍ରକରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଉପସ୍ଥିତ ବୁଦ୍ଧି ଖଟାଇ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଯାହା ଫଳରେ ଡ୍ରାଇଭର ବିନୋଦ ସାହୁ (୨୯) ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ନିଆଁ ଲାଗିବା ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାଘାତ ଦେଖାଯାଇଥିଲା । ଖବରପାଇ ହିନ୍ଦୋଳ ରୋଡ ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ।

Leave A Reply

Your email address will not be published.