oom

ଶାସ୍ତ୍ରୀଜୀ ଯୁବ କ୍ଲବ ଓ ଦଲପାଲି ଗ୍ରାମବାସୀଙ୍କ ଦ୍ୱାରା ଓଏଏସ୍‌ ପାଇଥିବା ନିତୁଶ୍ରୀ ମେହେରଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଦଲପାଲି ଗ୍ରାମର ସ୍ଥାନୀୟ ଶାସ୍ତ୍ରୀଜୀ ଯୁବ କ୍ଲବ ଖେଳ ପଡିଆଠାରେ ଗ୍ରାମର ସମସ୍ତ ଗ୍ରାମବାସୀ ତଥା ସମସ୍ତ କ୍ଲବ ସଦସ୍ୟ ଉପସ୍ଥିତ ରହିଥିଲେ । ଗ୍ରାମବାସୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଓଏଏସ୍‌ ପାଇଥିବା ନିତୁଶ୍ରୀ ମେହେରଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ଫୁଲମାଳ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶାସ୍ତ୍ରୀଜୀ ଯୁବ କ୍ଲବ ଖେଳ ପଡିଆଠାରେ ଏକ ସମ୍ବର୍ଦ୍ଧିତ ସଭା କରାଯାଇଥିଲା । ଏଥିରେ କ୍ଲବ ସଭାପତି ପ୍ରଭାତ କୁମାର ଦାଶ ସଭା ପରିଚଳନା କରିଥିଲେ । ନିତୁଶ୍ରୀ ମେହେରଙ୍କ ସହିତ ସ୍କୁଲର ପ୍ରଧାନଶିକ୍ଷକ ଶତୃଘ୍ନ ମେହେର, ପୂର୍ବତନ ଶିକ୍ଷକ ଜୟରାମ ମେହେର, ଶିକ୍ଷୟିତ୍ରୀ ଶକୁନ୍ତଳା ମେହେର, ପୂର୍ବତନ ଅଧ୍ୟାପକ ଜନ୍ମେଜୟ ମେହେର, ଖୁଣ୍ଟସମଲେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରାରୀ ଶତପଥି, ଡ଼ୁବୁଚନ୍ଦ୍ର ମେହେର, ଘନଶ୍ୟାମ ମେହେର, ପ୍ରଫୁଲ୍ଲ ମେହେର ଓ ରମାକାନ୍ତ ମେହେର ମଞ୍ଚାସୀନ ଥିଲେ ।

jittmm
Leave A Reply

Your email address will not be published.