ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସାଇକ୍ଲୋଥନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମରେ ରେଡକ୍ରସ ସୋସାଇଟିର ସଦସ୍ୟମାନଙ୍କ ତରଫରୁ ନୂତନ ରକ୍ତଦାତା ସୃଷ୍ଟି କରିବା ପାଇଁ ଏକ ସାଇକ୍ଲୋଥନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସ କର୍ମୀ ରାମ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡେଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଇତିଶ୍ରୀ ସାହୁ ଯୋଗଦାନ କରିଥିଲେ । ପ୍ରଥମରେ ଗ୍ରାମବାସୀମାନଙ୍କୁ ନେଇ ସାଇକ୍ଲୋଥନ ସଚେତନତା କାର୍ଯ୍ୟକ୍ରମ ଗ୍ରାମ ପରିକ୍ରମା କରିଥିଲା । ପରେ ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ତେଣୁ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ଉଚିତ୍‌ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ରେଡକ୍ରସ କର୍ମୀ ଅରବିନ୍ଦ କୁମ୍ଭାର ପରିଚାଳନା କରିଥିବା ବେଳେ ପ୍ରଭାକର ଛନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ ସୁନିଲ ରଣା, କପିଳ ଭୋଇ, ବର୍ଷା ସାହୁ, ସୁନୀତା ମହାକୁଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!