ବଲାଙ୍ଗିର କରଣ ସମାଜର ସାଧାରଣ ଅଧିବେଶନ ଓ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଚିତ୍ରଗୁପ୍ତଙ୍କ ବାର୍ଷିକ ପୂଜା ଏବଂ କରଣ ସମାଜର ସାଧାରଣ ଅଧିବେଶନ ତଥା ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ଚିତ୍ରଗୁପ୍ତ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଚିତ୍ରଗୁପ୍ତଙ୍କ ପୂଜାରେ ବରିଷ୍ଠ ସଦସ୍ୟ ଦିଲିପ କୁମାର ପୃଷେଠ ସପତ୍ନିକ କର୍ତ୍ତା ଭାବେ ଯୋଗଦାନ କରିଥିବା ବେଳେ କରଣ ସମାଜ ମହିଳା ଶାଖାର ଶତାଧିକ ସଦସ୍ୟା କଳସ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ବଲାଙ୍ଗିର କରଣ ସମାଜର ସଭାପତି ଅସୀମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଅଖିଳ ଭାରତ କାୟସ୍ଥ ମହାସଭାର କାର୍ଯ୍ୟକାରୀ କମିଟି ସଦସ୍ୟ ବିକ୍ରମାନନ୍ଦ ବହିଦାର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ତଥା କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିବା ବେଳେ ସାଧାରଣ ସଂପାଦକ ପ୍ରଦୀପ କୁମାର କୁଅଁର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଓ କୋଷାଧ୍ୟକ୍ଷ ମାନସ ରଂଜନ ବହିଦାର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ବିଗତ ଦିନରେ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା କରଣ ସମାଜ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ ଗୁଡିକରେ ସକ୍ରିୟ ଅଂଶଗ୍ରହଣ କରିଥିବା ଯୁବ ସଦସ୍ୟ ସଦସ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ସୁଶ୍ରୀ ଐଶର୍ଯ୍ୟା ପୃଷେଠ ଓ ନବ ନିର୍ବାଚିତ ପୌର ପରିଷଦ ସଦସ୍ୟ ଲଲାଟେନ୍ଦୁ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅଧିବେଶନର ଅନ୍ତିମ ପର୍ଯ୍ୟାୟରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସଭାପତି ଭାବେ ପ୍ରୀତମ କୁମାର ବକ୍ସି, ସାଧାରଣ ସଂପାଦକ ଭାବେ ଅଶ୍ୱିନି କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବେ ମାନସ ରଂଜନ ବହିଦାରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ନିର୍ବାଚନୀ କାର୍ଯ୍ୟକ୍ରମକୁ ବିକ୍ରମାନନ୍ଦ ବହିଦାରଙ୍କ ଉପସ୍ଥିତିରେ ବରିଷ୍ଠ ସଦସ୍ୟ ରବି ନାରାୟଣ ବହିଦାର, ରାଜାରାମ ପଟ୍ଟନାୟକ, ପ୍ରୀତମ ବକ୍ସି ଓ କାଞ୍ଚନମଣୀ ଦାନୀ ପ୍ରମୁଖ ପରିଚାଳନା କରିବା ପୂର୍ବକ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ନମିତା ବକ୍ସି, ବିଷ୍ଣୁପ୍ରିୟା ବହିଦାର, ସ୍ମିତା ପଟ୍ଟନାୟକ, ଜୟରାମ ପଟ୍ଟନାୟକ, ସଂଗ୍ରାମ ବହିଦାର, ଶଙ୍କର ପଟ୍ଟନାୟକ, ନିଖିଲ ବହିଦାର, ରବିନ୍ଦ୍ର ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ଆନନ୍ଦ ପଟ୍ଟନାୟକ, ପ୍ରିୟ ରଂଜନ ମହାନ୍ତି, ଅଜିତ କୁମାର ଦାଶ, ଅନନ୍ତରାମ ପଟ୍ଟନାୟକ, ଧର୍ମ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.