କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଧାନ ସଭା ନିର୍ବଚାନ ମଣ୍ଡଳୀର କଂଟାବାଂଜି ଏନ୍ଏସି ଓ ତୁରେକେଲା, ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମରେ ଯାଦବ ସମାଜ ଦ୍ୱାରା ଦୁଇ ଦିନିଆ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇ ଗୁରୁବାର ଦିନ ଉଦ୍ଯାପିତ ହୋଇଯାଇଛି । ମଂଗଲବାର ସୂର୍ଯ୍ୟ ପରାଗ ହୋଇଥିବାରୁ ବୁଧବାର ଦିନ ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପାଳନ କରାଯାଇଥିଲା । ମୁରିବାହାଲ ବ୍ଲକର ମୁରିବାହାଲ, ଘଂଟବାହାଲି, ପତ୍ରାପାଲି(ଖ) ଶିରୁଲ, ଗଡଗଡବାହାଲ, ଚଲକି, ବଡସାଇମରା, ଚନାବାହାଲ, ଗଁରେଇ, ଠେମେରା, କୋକ୍ଡୁଙ୍ଗରୀ(ଡଙ୍ଗରପଡା), ଝିଙ୍କିଡୁଙ୍ଗୁରୀ, ବଙ୍ଗୋମୁଣ୍ଡା ବ୍ଲକର ବଙ୍ଗୋମୁଣ୍ଡା, ଅଲଣ୍ଡା, ସାଗୁନଭାଡି ଓ ତୁରେକେଲା ବ୍ଲକର ତୁରେକେଲା, କୁଲିଆଦର, ମହୁଲପାଟି, ହଲନଭଟା, ଚାରପାଣି ଗ୍ରାମରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ମୁରିବାହାଲ ବ୍ଲକର ହଲଦି ଗ୍ରାମରେ କଲସ ଯାତ୍ରା ସହ ଯାଦବମାନଙ୍କ ଐତିହ୍ୟ ପରମ୍ପରା ବାଡିଖେଳ ସହ ଲାଠୋର ଧନୁଯାତ୍ରାର କଂସଙ୍କ ଶୋଭଯାତ୍ରା ସଂକିର୍ତନ ସହ ବୀରବାଦ୍ୟରେ ନଗର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଯୁବ ଯାଦବ ସମାଜ ସଭାପତି ଇଂ. ପ୍ରଦୀପ ବେହେରା, ଭୁବନେଶ୍ୱର, ଉତ୍କଳ ଯାଦବ ମହାସଭା ପ୍ରକଳ୍ପ ସେଲ ସଭାପତି ଲକ୍ଷ୍ମଣ ବାଗ, ଉତ୍କଳ ଯାଦବ ମହାସଭା ଓଡିଶା ସଂପାଦକ କିର୍ତନ ନାଏକ, ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀ, ବିଶିଷ୍ଟ ସମାଜସେବୀ ବାଳକୃଷ୍ଣ ଷାଣ୍ଢ, ଦିଲିପ ଖର୍ସେଲ, ପ୍ରଦୀପ ଖର୍ସେଲ, ଭୈରବ କଟା, ପ୍ରିତିରଂଜନ ଯାଦବ ଆଦି ଅତିଥି ଭାବେ ଯୋଗ ଦେଇଥିଲେ ସେହିପରି ମୁରିବାହାଲ ବ୍ଲକ ସଦର ମହକୁମାରେ ଆୟୋଜିତ ସଭାରେ ପାଟଣାଗଡ ଏନ୍ଏସି ପୂର୍ବତନ ଅଧ୍ୟକ୍ଷା ଶୈଳବାଳା ବାଗ(ସମ୍ମାନିତ ଅତିଥି), ମୁରିବାହାଲ ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟାପିକା ଭବାନୀ ପୋଢ (ମୁଖ୍ୟବକ୍ତା) ଭାବେ ଯୋଗ ଦେଇ ସମାଜରେ ଶିକ୍ଷାର ଗୁରୁତ୍ୱ ଦେବା ସହ ନାରୀ ସଶକ୍ତିକରଣ ଓ ନାରୀଶିକ୍ଷା ଉପରେ ଅଧିକ ଗୁରୁତ୍ୱ ସହ ଯାଦବମାନଙ୍କ କୌଳିକ ବୃତ୍ତି ଗୋପାଳନକୁ ଅଧିକ ପ୍ରାଧାନ୍ୟ ଦେଇ ଅର୍ଥନୈତିକ ବିକାଶ କରାଯାଇ ପାରିବ ବୋଲି କହିଥିଲେ । ସେହିପରି କୁଲିଆଦର ଗିରି ଗୋବର୍ଦ୍ଧନ ପୂଜାରେ ଏକ ଆଲୋଚନାଚକ୍ର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଶିକ୍ଷାରେ ଯାଦବମାନଙ୍କ ଭୂମିକା ଉପରେ ବିଶିଷ୍ଟ ଆଲୋଚକ କିର୍ତନ ନାଏକ, ପରମାନନ୍ଦ ହାତୀ, ସୁନାଧର ବନଛୋର, ଭୋଦେବ ବନଛୋର ନିଜ ନିଜର ମତ ରଖିଥିଲେ । ସେହିପରି ଗୁରୁବାର ଦିନ କଂଟାବାଂଜି କରଣ ସମାଜ ଦ୍ୱାରା ମଧ୍ୟ ଚିତ୍ରଗୁପ୍ତ ପୂଜା ସ୍ଥାନୀୟ ମାନସ ଭବନରେ ପାଳିତ ହୋଇଯାଇଛି । ସମାଜର ସଭାପତି ପୂର୍ଣ୍ଣଦାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମାଜର ସୁବାଷ ବେହେରା, ଟୁକୁ ମହାନ୍ତି, ଶୁକଦେବ ମହାନ୍ତି ସହ ସମାଜର ମହିଳା ପୁରୁଷ ସାମିଲ ହୋଇଥିଲେ ।