ଗୌରହରି ଦାସ ପାଇଲେ ସମ୍ମାନଜନକ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ କଥାକାର ଗୌରହରି ଦାସ ପାଇଲେ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ । ସ୍ୱତନ୍ତ୍ର ଉତ୍ସବରେ ଡ.ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୮ରେ ଟାଇମ୍‌ପାସ୍‌ ପବ୍ଲିକେସନ ପକ୍ଷରୁ ପ୍ରକାଶିତ ଡ. ଦାସଙ୍କ ଗଳ୍ପ ସଂକଳନ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି ବୋଲି ‘ଇମ୍ଫା ଚାରିଟେବୁଲ୍‌ ଟ୍ରଷ୍ଟ’ ପକ୍ଷରୁ ଘୋଷଣା କରାଯାଇଛି । ଏକ ସ୍ୱତନ୍ତ୍ର ସାରସ୍ୱତ ସମାରୋହରେ ଡ. ଦାସଙ୍କୁ ପୁରସ୍କାର ବାବଦକୁ ଉତ୍ତରୀୟ, ପ୍ରଶସ୍ତିପତ୍ର ଓ ଫଳକ ସହ ନଗଦ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁଖ୍ୟାତ ହିନ୍ଦୀ କବି ତଥା କଥାକାର ଉଦୟନ ବାଜପାୟୀ ଯୋଗ‌ ଦେଇଥିଲେ । ଏହାବ୍ୟତୀତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ଓ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.