jsm

ପାଇକମାଲ ୫ଟି ରୂପାନ୍ତରିକରଣରେ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟରେ ମନ୍ତ୍ରୀ ରିତା ସାହୁ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗ ଦେଇ ୫ଟି ରୂପାନ୍ତରିକରଣ ଓ ଭିତ୍ତିଭୂମିକୁ ଉଦ୍‌ଘାଟନ କରିଥିଲେ । ପ୍ରଥମେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଡୋଲାମଣି ମାହାର ସଭାପରିଚାଳନା କରିଥିବା ବେଳେ ମନ୍ତ୍ରୀ ରିତା ସାହୁଙ୍କ ସହ ପାଇକମାଲ ବ୍ଲକ ଚେୟାରମ୍ୟାନ ଭାବନା ସିଂ, ସରପଞ୍ଚ ତୁଳାବତୀ ତାଣ୍ଡି, ସମିତି ସଭ୍ୟା ନିରୁପମା ନାଗ, କୁଦୋ ଗୁଡା ସମତି ସଭ୍ୟା ଦମୟନ୍ତୀ ସାହୁ, ବରପାଲି ବିଡିଓ ପ୍ରସନ୍ନ ପାଣ୍ଡେ, ବିଇଓ ଚୂଡ଼ାମଣି ବାରିକ, ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ମଞ୍ଚାସୀନ ଥିଲେ । ଏହି ଅବସରରେ ମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା ଉପରେ ଶ୍ରୀ ପଣ୍ଡା ଅବଗତ କରିଥିଲେ । ସ୍କୁଲ ଶିକ୍ଷୟତ୍ରୀମାନେ ଏକ ଫୁଲମାଳ ସହ ନୃସିଂହ ମହାପ୍ରଭୁଙ୍କର ଫଟୋ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଅନିମା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.